ଗଞ୍ଜାମ: କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବନ୍ୟା ସ୍ଥିତି ଅଞ୍ଚଳ ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଅବଲମ୍ବନ କରିଛନ୍ତି । ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ଯୋଗୁଁ ସେଠାକାର ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନର ୨୭ ଜଣିଆ ଓଡ୍ରାଫ ଟିମ ସୋମବାର କେନ୍ଦ୍ରାପଡ଼ା ଜିଲ୍ଳା ଗସ୍ତ କରିଥିବା ଜଣାପଡିଛି ।
ଏହି ଟିମରେ ଓଡ୍ରାଫ ଇନଚାର୍ଜ ବି.ଏନ ମଲିକ ଓ ଏସଆଇ ପିକେ ସୁବୁଦ୍ଧି ଏହାର ନେତୃତ୍ୱ ନେଇଛନ୍ତି । ଓଡ୍ରାଫ ଟିମ ଗ୍ରସ୍ତ ବେଳେ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟ ନାରାୟଣ ମଲିକ, ଡେପୁଟି କମାଣ୍ଡଣ୍ଟେନ୍ଟ ପ୍ରଫୁଲ୍ଲ କୁମାର ସିଂ, ସିପାହୀ ହାବିଲଦାର ସଙ୍ଘ ସଭାପତି ଅଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ନିଜେ ସୁରକ୍ଷିତ ରହି କାମ କରିବାକୁ କମାଣ୍ଡଣ୍ଟେଟ ମଲିକ ପରାମର୍ଶ ଦେଇଛନ୍ତି ।
Comments are closed.