ବରୋଦା, ତାରିଖ ୨୫.୦୭.୨୦୨୬ :ଗତକାଲି ପବିତ୍ର ବାହୁଡା଼ ଯାତ୍ରା ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ଆନୁକୁଲ୍ୟରେ ବହୁତ ଧୁମ୍ ଧାମ୍ ରେ ଧନୋରା ଗ୍ରାମରେ ସମାପନ ହୋଇ ଯାଇଛି। ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତା ଭାଗ ନେଇ ଥିଲେ। ପ୍ରଭୁଙ୍କ ପାଖରେ ଗୀତ ଗୋବିନ୍ଦ, ଭଜନ ଇତ୍ୟାଦି ସାଂସ୍କୃତିକ ପ୍ରୋଗ୍ରାମ ବହୁତ ରୋଚକମାୟ ଥିଲା। ପ୍ରଭୁଙ୍କ ପ୍ରିୟ ଖଜା, ପୋଡ଼ା ପିଠା, ମାଲପୁଆ, କାକରା ଇତ୍ୟାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା। ଉତ୍କଳିକା ସେବା ଟ୍ରଷ୍ଟ ବରୋଦା ଓ ଧନୋରା ଗ୍ରାମର ଗ୍ରାମବାସି ମିଶି ଆରତୀ ଓ ପରେ ପୁଷ୍ପାଞ୍ଜଳି ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସମର୍ପଣ କରିଥିଲେ। ଏ ପାବନ ଅବସରରେ ଚତୁର୍ଦ୍ଧା ମୂର୍ତ୍ତୀ ତଥା ଗ୍ରାମ ଦେବ ଦେବୀଙ୍କ ପାଖରେ ଶ୍ରଦ୍ଧାଳୁ ମାନେ ମୁଣ୍ଡ ନୁଆଇଁ ବିକଳ ପ୍ରାର୍ଥନା କରି ଶିଘ୍ର ଧନୋରା ଗ୍ରାମ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ହେଉ ବୋଲି କହିଥିଲେ। ଶ୍ରଦ୍ଧା ଭକ୍ତି ପ୍ରେମର ଠାକୁର ଶ୍ରୀ ଜଗନ୍ନାଥ। ଧନୋରା ରେ ଶିଘ୍ର ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥାପିତ ହେଉ ବୋଲି ଦୁଇ ହାତ ଟେକି ଜୟ ଜଗନ୍ନାଥ ଧ୍ବନି ରେ ଗ୍ରାମ ଟିକୁ ଆଧ୍ୟାତ୍ମିକମୟ କରି ଦେଇଥିଲେ ଶ୍ରଦ୍ଧାଳୁ ମାନେ। ପୂଜା ପରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.