ବଢିଲା ରାମଲଲ୍ଲାଙ୍କ ଦର୍ଶନ ସମୟ, ପ୍ରବଳ ଗହଳିକୁ ଦେଖି ପ୍ରଶାସନର ନିଷ୍ପତ୍ତି

ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲ୍ଲାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ରାମ ମନ୍ଦିର ଦର୍ଶନର ସମୟକୁ ବୃଦ୍ଧି କରାଯାଇଛି । ଏବେ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ରାମଲଲାଙ୍କୁ ଦର୍ଶନ କରିପାରିବେ। ବାସ୍ତବରେ ଶ୍ରୀରାମଲାଲାଙ୍କ ପୂଜାର୍ଚ୍ଚନାର ଗୋଟିଏ ଦିନ ପରେ ମଙ୍ଗଳବାର ପ୍ରାୟ ଅଢ଼େଇରୁ ୩ ଲକ୍ଷ ଶ୍ରଦ୍ଧାଳୁ ତାଙ୍କ ନୂତନ ମୂର୍ତ୍ତିକୁ ଦର୍ଶନ କରିଛନ୍ତି। ଆଉ ଅଯୋଧ୍ୟାରେ ଅନେକ ଲୋକ ଦର୍ଶନ ପାଇଁ ଡେରା ପକାଇଛନ୍ତି । ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଅଯୋଧ୍ୟା ଗସ୍ତ କରି ରାମ ମନ୍ଦିର ବ୍ୟବସ୍ଥାର ତଦାରଖ କରିଛନ୍ତି।

ସିଏମ ଯୋଗୀ ଅଯୋଧ୍ୟାରେ ପହଞ୍ଚି ଆକାଶମାର୍ଗରୁ ସର୍ଭେ କରିବା ସହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସିଏମ୍ ଯୋଗୀ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିବା ଦେଖିଥିଲେ ଏବଂ ଏ ସଂକ୍ରାନ୍ତରେ ଶୀର୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ନାମା ଜାରି କରିଥିଲେ। ଏହି ସମୟରେ ଯୋଗୀ ଦର୍ଶନ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ ଓ ଦର୍ଶନ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ମନ୍ଦିର ଦର୍ଶନ ସମୟ ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା। ଏବେ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ରାମଲଲାଙ୍କୁ ଦର୍ଶନ କରିପାରିବେ।

Comments are closed.