ସମ୍ବିଧାନ ଦିବସ ଅବସରରେ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ।

0

ଗଜପତି,୨୬.୧୧(ମନୋଜ କୁମାର ପାଢୀଙ୍କ)-:ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ପକ୍ଷରୁ ସମ୍ବିଧାନ ଦିବସ, ୨୦୨୬ ପାଳନ ଅବସରରେ ତା. ୨୬.୧୧.୨୦୨୬ ରିଖ ଦିନ ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ଆଲ୍ଲାଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ, ଗଜପତିଠାରେ ମୌଳିକ କର୍ତ୍ତବ୍ୟ (Fundamental Duties) ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜିଲ୍ଲା ଓ ଦୌରାଜଜ୍ ତଥା ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଉପସ୍ଥିତ ଅତିଥିମାନେ ସମ୍ବିଧାନର ମୌଳିକ କର୍ତ୍ତବ୍ୟ, ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ, ଜାତୀୟ ଏକତା, ଅଖଣ୍ଡତା ଏବଂ ଦେଶର ସାର୍ବଭୌମତ୍ୱର ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏଥିସହିତ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ପ୍ରତ୍ୟେକ ନାଗରିକ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ନିମ୍ନଲିଖିତ ଅତିଥି ଓ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରାଇଥିଲେ।

୧. ଶ୍ରୀ ବିମଳ ରାଉଳ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି।
୨. ଶ୍ରୀ ଗୋପାଳ ଗମାଙ୍ଗୋ, ସରପଞ୍ଚ, ଆଲ୍ଲାଡ଼ା।
୩. ଶ୍ରୀ ସିମାଞ୍ଚଳ ସେଠୀ, ଏଏସ୍‌ଆଇ, କାଶୀନଗର ଥାନା।
୪. ଶ୍ରୀ ଏସ୍. ରାବଲାମା, ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO), ଆଲ୍ଲାଡ଼ା ଗ୍ରାମ ପଞ୍ଚାୟତ।
୫. ଶ୍ରୀମତୀ ସରସ୍ୱତୀ ପ୍ରଧାନ, ପୂର୍ବତନ ସରପଞ୍ଚ, ଆଲ୍ଲାଡ଼ା ଗ୍ରାମ ପଞ୍ଚାୟତ।
୬. ଶ୍ରୀ ଦୟା ପାଲାକା , ସମାଜସେବୀ।
୭. ଶ୍ରୀ ସନ୍ତୋଷ ମାଳୀ, ଗ୍ରାମ ରୋଜଗାର ସେବକ (GRS), ଆଲ୍ଲାଡ଼ା ଗ୍ରାମ ପଞ୍ଚାୟତ।

କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜନସାଧାରଣଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନବୋଧ ସୃଷ୍ଟି କରିବା ସହ ଏକ ଦାୟିତ୍ୱବାନ ନାଗରିକ ଭାବେ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିବା ପାଇଁ ସଚେତନ କରିବା।

Leave A Reply

Your email address will not be published.