ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ। ସଦର ଥାନା ଅଧୀନ ହଳଦିପଦା ଫାଣ୍ଡି ଅନ୍ତର୍ଗତ ନଗ୍ରମ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଯୁବତୀ ଜଣକ ନଗ୍ରମରୁ ବାଲେଶ୍ବର ଆସିବାକୁ ଅଭିଯୁକ୍ତଙ୍କୁ ସାହାଜ୍ୟ ମାଗିଥିଲେ। ଅଭିଯୁକ୍ତ ତାଙ୍କୁ ଲିଫ୍ଟ ଦେଇ କିଛି ବାଟ ଆଣିବା ପରେ ଏକ ପୋଲ ତଳକୁ ନେଇ ତାଙ୍କୁ ଟଣା ଘୋସରା କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିପାଇଁ ଯୁବତୀ ଚିତ୍କାର କରି ସହାୟତା ମାଗିଥିଲେ। ଏହାପରେ ସ୍ଥାନୀୟ ବାସିନ୍ଦା ଓ ରାସ୍ତାରେ ଯାଉଥିବା ଲୋକ ସେଠାରେ ଜମା ହୋଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ପରେ ଅଭିଯୁକ୍ତଙ୍କୁ ଲୋକମାନେ ପିଟିଥିଲେ। ଅଭିଯୁକ୍ତ ଜଣକ ହେଉଛି ଚନ୍ଦନ ମଲ୍ଲିକ। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ହଳଦିପଦା ଫାଣ୍ଡି ଓ ସଦର ଥାନା ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରିବା ସହିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଛି। ଏନେଇ ପୀଡ଼ିତା ଥାନାରେ କୌଣସି ଅଭିଯୋଗ କରିନଥିବା ସଦର ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.