ଅର୍‌ବାଜଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ କମେଣ୍ଟ୍‌ କଲେ ପୂର୍ବ ପତ୍ନୀ ମଲାଇକା ଆରୋରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍‌ବାଜ୍‌ ଖାନ୍‌ ତାଙ୍କର ଅପ୍‌କମିଂ ଫିଲ୍ମ ‘ପଟ୍‌ନା ଶୁକ୍ଳା’ର ସୁଟିଂ କାମ ଆରମ୍ଭ କରି ସାରିଛନ୍ତି। ଏହି ଫିଲ୍ମଟିକୁ ସେ ନିଜ ପ୍ରଯୋଜନା ବ୍ୟାନ୍‌ରରେ ନିର୍ମାଣ କରୁଛନ୍ତି। ଅର୍‌ବାଜ୍‌ ଏହି ଫିଲ୍ମର କ୍ଲାପ୍‌ବୋର୍ଡ ଦେଖାଇ ସୋସିଆଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ୍‌ କରିଥିବା ବେଳେ ସେଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବ ପତ୍ନୀ ମଲାଇକା ଆରୋରା।

ଅର୍‌ବାଜ ସୁଟିଂ ଆରମ୍ଭ ହୋଇଛି ବୋଲି ଇନ୍‌ଷ୍ଟା ପୋ‌ଷ୍ଟ୍‌ କରିଥିବା ବେ‌ଳେ କ୍ୟାପ୍‌ସନ୍‌ରେ ‘ପଟ୍‌ନା ଶୁକ୍ଳା, ଅରବାଜ ଖାନ୍‌ଙ୍କ ପ୍ରଯୋଜିତ ଏକ ଫିଲ୍ମର ସୁଟିଂ କାର୍ଯ୍ୟ ଭୋପାଳରେ ଆରମ୍ଭ ହୋଇଯାଇଛି। ଏହିଠାରେ ଆରମ୍ଭରୁ ଶେଷ ଯାଏ ସମସ୍ତ ସୁଟିଂ ହେବ।’ ଏହା ସହ ଏହି ଫିଲ୍ମ ସହ ଜଡ଼ିତ କଳାକାରମାନଙ୍କୁ ବି ସେ ଟ୍ୟାଗ୍‌ କରିଛନ୍ତି।

ଏହି ପୋଷ୍ଟ୍‌ଟିରେ ବହୁ ବଲିଉଡ୍‌ କଳାକାରଙ୍କ ସମେତ ଅର୍‌ବାଜ୍‌ଙ୍କ ପୂର୍ବ ପତ୍ନୀ ମଲାଇବା ବି କମେଣ୍ଟ୍‌ କରିଛନ୍ତି। ମଲାଇକା ଉକ୍ତ ପୋଷ୍ଟ୍‌ରେ ‘ଶୁଭେଚ୍ଛା, ଅର୍‌ବାଜ ଖାନ୍‌’ ବୋଲି ଲେଖିଛନ୍ତି।

ମାଲାଇକା ଆରୋରା ଓ ଅର୍‌ବାଜ ଖାନ୍‌ ନିଜ ନିଜ ଜୀବନରେ ଆଗକୁ ବଢ଼ି ସାରିଛନ୍ତି ସତ, ମାତ୍ର ଏବେ ବି ସେ ଦୁହଁଙ୍କ ଭିତରେ ପରସ୍ପର ପ୍ରତି କେଉଁଠି ନା କେଉଁଠି ସ୍ନେହ, ସମ୍ମାନ ଥିବାର ଦେଖିବାକୁ ମିଳୁଛି। ଏବେ ବି ସେମାନେ ପରସ୍ପର ସହ ଏକ ଉତ୍ତମ ସଂପର୍କରେ ରହିଛନ୍ତି ବୋଲି ସୂଚନା ରହିିଛି। ନିକଟରେ ଏକ ସାକ୍ଷାତକାରରେ ନିଜେ ଅର୍‌ବାଜ ଏହି କଥା କହିଥିଲେ। ସେ ତାଙ୍କ ପୂର୍ବ ପତ୍ନୀ ମଲାଇକାଙ୍କ ବିପକ୍ଷରେ କିଛି କହିବା ପରିବର୍ତ୍ତେ ଓଲଟା ସେ ଦୁହିଁଙ୍କ ସଂପର୍କକୁ ନେଇ କିଛି ସକାରାତ୍ମକ କଥା କହିଥିଲେ।

Comments are closed.