ଗଜପତି,୨୦.୯:-(ମନୋଜ ପାଢ଼ୀ)ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଉପଦ୍ରବ ବିରୋଧରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଅଭିଯାନ ଜାରି ରହିଛି। ଏହି କ୍ରମରେ ୧୯ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟାରେ ପୋଲିସର ପାଟ୍ରୋଲିଂ ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଅଭିଯୋଗରେ ସାଇ ଶଙ୍କର ପାତ୍ର (୨୪), ରାହୁଲ (୨୧), ଦିପୁନ ସାହୁ (୨୨), ହରିଶ ବେହେରା (୩୨), ମୁନା ପଲାଇ (୩୨) ଓ ଗୋରାନି କ୍ରିଷ୍ଣା (୪୬)ଙ୍କୁ ଠାବ କରାଯାଇଥିଲା। ପରେ ସମସ୍ତ ୬ ଜଣଙ୍କୁ ପାରଳାଖେମୁଣ୍ଡି ଥାନାକୁ ଅଣାଯାଇ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଉପଦ୍ରବ ଓ ଜନଶାନ୍ତି ଭଙ୍ଗ ଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ଗଜପତି ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବାରେ ପୋଲିସକୁ ସହଯୋଗ କରିବା ସହ ସର୍ବସାଧାରଣ ସ୍ଥାନରେ ମଦ୍ୟପାନରୁ ବିରତ ରହିବାକୁ ଜନସାଧାରଣଙ୍କୁ ପୋଲିସ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.