ପୁଣି ଆବାସିକ ବିଦ୍ୟାଳୟ ଛାତ୍ରର ମୃତ୍ୟୁ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କଲେ ପରିବାର

0

ରାୟଗଡ଼ା 16.08(ଭି ଗୌରୀଶଙ୍କର ରାଓ): ରାୟଗଡ଼ା ଜିଲ୍ଲା କୋଳନରା ବ୍ଲକ୍ ବାଙ୍କିଳୀ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ଛାତ୍ର ଜିସାୟୁ ପୁଆଲାଙ୍କ ମୃତ୍ୟୁ ହୋଇଛି। ବିଦ୍ୟାଳୟରେ ଥିବା ସମୟରେ ଜ୍ୱରରେ ଅସୁସ୍ଥ ହୋଇପଡ଼ିଥିଲେ ଛାତ୍ର ଜଣକ। ଗତ ୫ ତାରିଖରେ ଜ୍ୱର ହେବା ନେଇ ପରିବାରକୁ ଖବର ମିଳିଥିଲା। ପରେ ଶୁକ୍ରବାର ଦିନ ବାପା ସିତୁ ପୁଆଲା ବିଦ୍ୟାଳୟରୁ ପୁଅଙ୍କୁ ଘରକୁ ନେଇଆସିଥିଲେ।

ପରିବାରର ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ଅସୁସ୍ଥ ଥିବା ସମୟରେ ତାଙ୍କୁ ମେଡିକାଲ୍ ନେବା କିମ୍ବା ଆବଶ୍ୟକ ଚିକିତ୍ସା ସହଯୋଗ ଯୋଗାଇ ଦିଆଯାଇନଥିଲା। ଦରଖାସ୍ତ ଲେଖିବା ପରେ ପରିବାର ପକ୍ଷରୁ ତାଙ୍କୁ ଘରକୁ ନିଆଯାଇଥିବା କହିଛନ୍ତି ବାପା। ମୃତ ଛାତ୍ରଙ୍କ ଘର କୋଳନରା ବ୍ଲକ୍‌ର ରୁକୁଣି ଗାଁରେ। ପୁଅର ମୃତ୍ୟୁ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପିତା ସିତୁ ପୁଆଲା। ତେବେ ଘଟଣାକୁ ନେଇ ଏପର୍ଯ୍ୟନ୍ତ ପ୍ରଶାସନିକ ପ୍ରତିକ୍ରିୟା ମିଳିନାହିଁ।
Byte – ସିତୁ ପୁଆଲା, ମୃତ ଛାତ୍ରଙ୍କ ପିତା।

Leave A Reply

Your email address will not be published.