ପୋଡ଼ାଗଡ ବ୍ଲୋସମ୍ ଇଂଲିଶ ମିଡିଅମ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ମୋହୋତ୍ସବ।

0

କୋରାପୁଟ(ବିପିନ କୁମାର ହିଆଲଙ୍କ) : କୋରାପୁଟ ଜିଲ୍ଲା, ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତ ମହକୁମାରେ ଦେଶ ଭକ୍ତି ସଙ୍ଗୀତ ସହ ମହା ଆଡମ୍ବରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ଲସୋମ ଇଂଲିଶ ମିଡିଅମ ସ୍କୁଲର ପ୍ରତିଷ୍ଠାତା ଶ୍ରୀ ପ୍ରମୋଦ କୁମାର କନ୍ଦପାନଙ୍କ ଅଧ୍ୟକ୍ଷତାରେ ଦେଶ ଭକ୍ତି ସଙ୍ଗୀତ ସହ ଯେଉଁମାନେ ଦେଶ ପାଇଁ ଆପଣା ରକ୍ତ ଓ ଜୀବନ ପ୍ରଦାନ କରିଥିବା ବିରୋ ଓ ସାହସିକ ପୁରୁଷମାନଙ୍କ ଉତ୍ସର୍ଗ ଜୀବନକୁ ସ୍ମରଣ କରି ସେମାନଙ୍କୁ ନମନ୍ କରି, ଭାରତ ମାତାର ସ୍ଲୋଗାନ ଦେଇ ପତାକା ଉତ୍ତୋଳନ କରାଗଲା । ଉଡୁଥିବା ପତାକା ତଳେ କୌଣସି ଜାତି,ରଙ୍ଗ କିମ୍ୱା ଧର୍ମ ଦେଖା ଯାଇ ନଥାଏ କେବଳ ଆମେ ଭାରତୀୟ ଭାବେ ଦେଖି ବହୁ ଗର୍ବ ଅନୁଭବ କରିଥାଉ । ଆମଦେଶ ସ୍ୱାଧୀନ ହୋଇ ଆଜକୁ ଦୀର୍ଘ ୮୦ ବର୍ଷ ବିତିଯାଇଛି ତଥାପି ଆମ ମଧ୍ୟରେ ଭେଦଭାବ, ପରସ୍ପର ଧର୍ମ ବିରୋଧୀ ,ଜାତିପ୍ରଥା ଛୁଆଁ ଅଛୁଆଁ ଏହି ସବୁ ରହିଅଛି ଫଳରେ ବହୁ ଭାରତୀୟ ତାଡ଼ିତ ନିନ୍ଦିତ ଓ ନିଷ୍ପେସିତ ହୋଇ ରହିଚନ୍ତି , ବେଳେ ବେଳେ ଜାତିକୁ ନେଇ ଧର୍ମକୁ ନେଇ ହତ୍ୟା ମଧ୍ୟ କରାଯାଉଛି ,ଭାଇଚାରା ସେତେ ଦେଖିବାକୁ ମିଳୁନାହିଁ , ତେଣୁ ତ୍ରିରଙ୍ଗା ପତାକା ଆମକୁ ଏକତା କରାଇଥାଏ । ଆମେ ପରସ୍ପରକୁ ପ୍ରେମ ,ସହଯୋଗ ଏକତା ବଜାଇ ରଖିବା ଉଚିତ୍ ତେବେ ଆମେ ସ୍ୱାଧୀନ ଦିବସ ପାଳନ କରିବା ଗର୍ବ ଓ ଗୌରବକୁ ଅନୁଭବ କରିବା ।
ଏହି କାର୍ଯ୍ୟ କ୍ରମରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଆମ ଅନୁନ୍ନତ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ କୁନି କୁନି ପିଲମାନଙ୍କୁ ଇଂରାଜୀ ଭାଷାକୁ ସଠିକ୍ ଲେଖିବା,ପଢ଼ିବା ଓ କହିବା ନିମନ୍ତେ ଶିଖାଇବା ବ୍ଲୋସମ୍ ଇଂଲିଶ ମିଡିଅମ ର ମୂଳଲକ୍ଷ୍ୟ ।

Leave A Reply

Your email address will not be published.