ଏଣିକି ଏହି ନମ୍ବର ବିନା ଏଟିଏମରୁ ଉଠାଇ ପାରିବେନି କ୍ୟାଶ୍,ଜାଣନ୍ତୁ କଣ ରହିଛି ଏହାର ନିୟମ

ନୂଆଦିଲ୍ଲୀ : ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ବ୍ୟାଙ୍କ ଏବେ ଏଟିଏମରୁ କ୍ୟାଶ ଉଠାଣ ନିୟମରେ ପରିବର୍ତ୍ତନ କରିଛି । ଏବେ ଆପଣଙ୍କୁ ଏସବିଆଇର ଏଟିଏମରୁ କ୍ୟାଶ୍ ଉଠାଇବା ପାଇଁ ଏକ ସ୍ପେଶାଲ ନମ୍ବର ଦେବାକୁ ପଡିବ । ଯଦି ଆପଣ ଏହି ନମ୍ବର ଦେଉନାହାଁନ୍ତି ତେବେ ଆପଣଙ୍କ କ୍ୟାଶ୍ ଅଟକି ଯିବ । ବ୍ୟାଙ୍କ ଏଟିଏମରୁ ଟ୍ରାଞ୍ଜାକ୍ସନକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ପଦକ୍ଷେପ ଉଠାଇଛି । ଆସନ୍ତୁ ଜାଣିବା ଏହି ନିୟମ ସମ୍ପର୍କରେ…

ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ନିୟମ ଅନୁସାରେ ଗ୍ରାହକ ବିନା ଓଟିପିରେ କ୍ୟାଶ୍ ଉଠାଇ ପାରିବେନାହିଁ । ଏଥିରେ କ୍ୟାଶ୍ ଉଠାଣର ସମୟରେ ଗ୍ରାହକଙ୍କୁ ତାଙ୍କ ମୋବାଇଲ ଫୋନରେ ଏକ ଓଟିପି ଆସିବ ଯାହାକୁ ଭରିବା ପରେ ଏଟିଏମରୁ କ୍ୟାଶ୍ ଉଠାଣ କରିହେବ । ଏହି ନିୟମ ସମ୍ପର୍କରେ ବ୍ୟାଙ୍କ ପୂର୍ବରୁ ସୂଚନା ଦେଇଛି । ବ୍ୟାଙ୍କ କହିଛି କି ‘ଏସବିଆଇ ଏଟିଏମରେ ନେଣଦେଣ ପାଇଁ ହେଉଥିବା ଠକାମୀକୁ ରୋକିବା ପାଇଁ ଓଟିପି ବ୍ୟବସ୍ଥା କରିଛି । ଆପଣଙ୍କୁ ଠକାମୀରୁ ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ।’

ଆପଣଙ୍କୁ କହିରଖୁଛୁ ବ୍ୟାଙ୍କ ଗ୍ରାହକଙ୍କୁ ଫ୍ରଡରୁ ରକ୍ଷା କରିବା ପାଇଁ ୧୦ ହଜାର ଏବଂ ତଦୁର୍ଦ୍ଧ ରାଶି ଉଠାଣ ଉପରେ ନୂଆ ନିୟମ ଲାଗୁ କରିଦେଇଛି । ତଦନୁସାରେ ଏସବିଆଇର ଗ୍ରାହକଙ୍କୁ ତାଙ୍କ ବ୍ୟାଙ୍କ ଖାତାରୁ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପଠାଯାଇଥିବା ଓଟିପି ଏବଂ ତାଙ୍କ ଡେବିଟ୍ କାର୍ଡ ପିନ ସହିତ ପ୍ରତି ଥର ନିଜ ଏଟିଏମରୁ ୧୦ ହଜାର ଟଙ୍କା ଏବଂ ତାଠୁ ଅଧିକ ଉଠାଇବାର ଅନୁମତି ଦେଇଥାଏ । ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରୋସେସ ।

ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ

ଏଥିପାଇଁ ଆପଣଙ୍କୁ ଏକ ଓଟିପିର ଆବଶ୍ୟକତା ପଡିବ । ଓଟିପି ବିନା ଆପଣ କ୍ୟାଶ୍ ଉଠାଣ କରିପାରିବେ ନାହିଁ ।

ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି ପଠାଯିବ ।

ଏହି ଓଟିପି ଏକ ୪ ଅଙ୍କର ସଂଖ୍ୟା ହେବ ଯାହା ଗ୍ରାହକଙ୍କୁ ସିଙ୍ଗଲ ଟ୍ରାଞ୍ଜାକ୍ସନ ପାଇଁ ମିଳିବ ।

ଥରେ ଆପଣ ଓଟିପି ଭରିବା ପରେ ଆପଣ ଯେତେ ଟଙ୍କା ଉଠାଇବା ପାଇଁ ଚାହୁଁଛନ୍ତି କରିପାରିବେ ।

ଆପଣଙ୍କୁ କ୍ୟାଶ୍ ଉଠାଣ ପାଇଁ ଏହି ସ୍କ୍ରିନରେ ବ୍ୟାଙ୍କ ସହିତ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ରେଜିଷ୍ଟର କରିବାକୁ ହେବ ।

Comments are closed.