ଆନନ୍ଦମ ଫାଉଣ୍ଡେସନ ଦ୍ଵାରା IIM କଲିକତାଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଲିକତା (୨୨/୬) ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରେ ଆନନ୍ଦମ ଫାଉଣ୍ଡେସନ ତରଫରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କଲିକତା (IIMC) ଠାରେ 21 ଜୁନ, ରବିବାର 2026 ସକାଳ 7 ଘଟିକା ସମୟରେ ଏକ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ଆନନ୍ଦମ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତାମାନେ ଉତ୍ସାହର ସହ ଭାଗ ନେଇଥିଲେ।

ଯୋଗ ପ୍ରଶିକ୍ଷକ ଡ. ଅରୁଣ କୁମାର ଉପାଧ୍ୟାୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଯଥାର୍ଥ ଏବଂ ସ୍ପଷ୍ଟତାର ସହ ସାଧାରଣ ଯୋଗ ପ୍ରୋଟୋକଲ ଅଭ୍ୟାସ କରାଇଥିଲେ। ଶ୍ରୀ ବିପ୍ଳବ ମହାପାତ୍ର, ଶ୍ରୀ ସୁଭଦୀପ ହୁଦାୟତ ଏବଂ ଶ୍ରୀମତୀ କମଳା ବାନୁଆ ଦେବନାଥ ଦ୍ଵାରା ଆସନ, ପ୍ରାଣାୟାମ ଏବଂ ଧ୍ୟାନ ବହୁତ ପ୍ରଭାବଶାଳୀ ଭାବରେ ପ୍ରଦର୍ଶିତ ହୋଇଥିଲା, ଯାହା ସମସ୍ତେ ସହଜରେ ଅନୁସରଣ କରିପାରିଥିଲେ।

ଏହି କାର୍ଯ୍ୟକ୍ରମରେ ଆନନ୍ଦମ ଫାଉଣ୍ଡେସନର ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଦାସ ଏବଂ ସ୍ଥାନିୟ କାର୍ଯ୍ୟକର୍ତା ଶ୍ରୀମତୀ ସୁପର୍ଣା ହୁଦାୟତ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ଥିଲେ।

IIMC ର ନିର୍ଦ୍ଦେଶକ ପ୍ରଫେସର ଆଲୋକ କୁମାର ରାୟ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କର ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଭାଷଣରେ ସେ ଆଧୁନିକ ଜୀବନରେ ଯୋଗର ବ୍ୟାପକତା, ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଲାଭ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ଵ ଦେଇ କହିଥିଲେ ଯେ ନିୟମିତ ଯୋଗ ଅଭ୍ୟାସ ଦ୍ଵାରା ଛାତ୍ର ଏବଂ ବୃତ୍ତିଜୀବୀମାନେ ମାନସିକ ଚାପକୁ ପରିଚାଳନା କରିପାରିବେ ଏବଂ ଏକାଗ୍ରତା ବୃଦ୍ଧି କରିପାରିବେ।

IIMC ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ବିଜୟ ସିଂହ ବିରାଟ ସମସ୍ତ ବିଶିଷ୍ଟ ଅତିଥି, ଅଂଶଗ୍ରହଣକାରୀ ଏବଂ ଆନନ୍ଦମ ଫାଉଣ୍ଡେସନର ଆୟୋଜକ ଟିମ୍ ଙ୍କୁ କାର୍ଯ୍ୟକ୍ରମକୁ ସଫଳତା ପାଇଁ ଆନୁଷ୍ଠାନିକ ଧନ୍ୟବାଦ ଜ୍ଞାପନ କରିଥିଲେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀ ଇଶୁ ଚୌଧୂରୀ ଏବଂ ଶ୍ରୀ ହର୍ଷବର୍ଦ୍ଧନ ଦେବସୋଥ ଅତି ସୁନ୍ଦର ଭାବରେ ସଞ୍ଚାଳନା କରିଥିଲେ।

ଆନନ୍ଦମ ଫାଉଣ୍ଡେସନର କାର୍ଯ୍ୟକର୍ତା, IIMC ର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାମାନକୁ ମିଶାଇ ମୋଟ 112 ଜଣ ଏହି ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ “Yoga for Healthy Ageing” ସନ୍ଦେଶ ପ୍ରସାର କରି ଏକ ସକାରାତ୍ମକ ସ୍ଵରେ ସମାପ୍ତ ହୋଇଥିଲା।ରିପୋର୍ଟ- ସନାତନ ମହାକୁଡ଼।

Comments are closed.