ଅନାମବନ୍ଧୁ ଧଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ ।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଅନାମବନ୍ଧୁ ଧଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଶ୍ରଦ୍ଧାଞ୍ଜଳୀ ପ୍ୟାଲେସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନାମବନ୍ଧୁ ଧଳ ସ୍ମୃତି ତରଫରୁ ଆୟୋଜିତ ଏହି ସ୍ମୃତି ସଭାରେ ବରିଷ୍ଠ ନେତା ଭଜ କୃଷ୍ଣ ରାଉତ ସଭାପତିତ୍ୱ କରିଥିଲେ । ଏହି ସ୍ମୃତି ସଭାରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭା ନେତ୍ରୀ ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ପ୍ରିୟଦର୍ଶନୀ ତରାଇ, ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ ସାହୁ, ଜିଲ୍ଲା ପରିଷଦ ପୂର୍ବତନ ସଭାପତି ମାନସ ପରିଡ଼ା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଦୀପକ ବେହେରା, ପ୍ରଶାନ୍ତ ସାମନ୍ତରାୟ, ଅନନ୍ତ ସେଠୀ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେଶ ଦାସ, ଦୁଶ୍ମନ୍ତ ମଲ୍ଲିକ, ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ଚିତ୍ତ ରଞ୍ଜନ ଦାସ, ଲୋହିତ ମହାନ୍ତି, ମିଟୁ ମନୋଜ ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ମହିଳା ବିଜେଡ଼ି ସଭାନେତ୍ରୀ ସୁମିତ୍ରା ପାଢ଼ୀ, ସୀତା ସୁନ୍ଦରୀ ମଳିକ, ପୂର୍ବତନ ଜିଲ୍ଲା ପରିଷଦ, ଜୋତ୍ସ୍ନା ଜେନା, ପୂର୍ବତନ ସରପଞ୍ଚ ପୂର୍ନେନ୍ଦୁ ଘଡେଇ, ଅସିତ ବନ୍ଧୁ ଧଳ, ବିଚିତ୍ରା ନନ୍ଦ ଜେନା ପ୍ରମୁଖ ଦିବଙ୍ଗତ ଅନାମ ବନ୍ଧୁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସର୍ବଶେଷରେ ଯୁବ ନେତା ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ହିରଣ୍ୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱେଚ୍ଛାକୃତ ରକ୍‌ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ୫୯ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ସ୍ୱର୍ଗତଃ ଧଳଙ୍କ ପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମମତାରାଣୀ ଧଳ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ରଞ୍ଜନ ସାହୁ, ସେକ୍ ଚନ୍ଦନ, ଦେବାଷିଶ କୁବେର ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳୀରୁ ସ୍ୱର୍ଗତଃ ଧଳଙ୍କ ବହୁ ଶୁଭେଚ୍ଛୁ ଅଂଶ ଗ୍ରହଣ କରିଥିଲେ ।

Comments are closed.