ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0

ଗଜପତି,9.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ଉପଲଡ଼ାସ୍ଥିତ ଟି.ଏମ୍. ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜାତୀୟ ଆଇନ ସେବା ଦିବସର ମହତ୍ତ୍ୱ, ମାଗଣା ଆଇନ ସହାୟତାର ଆବଶ୍ୟକତା ତଥା ଶିଶୁ ଶ୍ରମିକ ପ୍ରଥାର ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିଶୁ ଶ୍ରମିକ ପ୍ରଥା ଉପରେ ଏକ ହୃଦୟସ୍ପର୍ଶୀ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା। ଏଥିସହିତ ଏହି ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ସାଧାରଣ ଜନତାଙ୍କ ମଧ୍ୟରେ ଆଇନ ସେବା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣରେ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି, ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି ଶ୍ରୀ ବିମଳ ରାଉଳ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି ଶ୍ରୀ ସତ୍ୟବ୍ରତ ରଣା, ରେଜିଷ୍ଟ୍ରାର, ସିଭିଲ୍ କୋର୍ଟ, ଗଜପତି; ଶ୍ରୀ ରାଜେଶ କୁମାର ମିଶ୍ର, ସରକାରୀ ଓକିଲ, ଜିଲ୍ଲା ଅଦାଲତ, ଗଜପତି; ଶ୍ରୀ ୱାଇ. ଧର୍ମା ରାଓ, ପ୍ରଧାନ ଶିକ୍ଷକ, ଟି.ଏମ୍. ଉଚ୍ଚ ବିଦ୍ୟାଳୟ, ଉପଲଡ଼ା; ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ସମାଜସେବୀ, ପାରଳାଖେମୁଣ୍ଡି ଏବଂ ଶ୍ରୀ ମାଣ୍ଡଲା ଲୋକନାଥମ୍, ଆଇନଜୀବୀ, ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ଆଇନ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ମାଧ୍ୟମରେ ଆଇନ ସେବାର ସୁଯୋଗ ସମସ୍ତଙ୍କ ନିକଟରେ ପହଞ୍ଚାଇବା ସହିତ ଶିଶୁ ଶ୍ରମିକ ପ୍ରଥା ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ଏବଂ ଏକ ନ୍ୟାୟଭିତ୍ତିକ ସମାଜ ଗଠନ ଦିଗରେ ସାମୂହିକ ଉଦ୍ୟମର ଆହ୍ୱାନ ଦିଆଯାଇଥିଲା।

Leave A Reply

Your email address will not be published.