ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ଠୁ ଆଗରେ ରହିଛି ରଣବୀରଙ୍କ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରଦାକୁ ଅସିବାକୁ ଦୀର୍ଘ ବର୍ଷ ସମୟ ଲାଗିଗଲା। ସୋସିଆଲ ମିଡିଆ‌ରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିଲେ ବି ପରଦାରେ ଆସିବା ପରେ ଚଳଚ୍ଚିତ୍ରଟି ସଫଳ ପ୍ରମାଣିତ ହୋଇଛି। ଚଳଚ୍ଚିତ୍ରଟି ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି ବୋଲି ଆପଣ କହିପାରନ୍ତି। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ରଟି ଓପେନିଂ ଦିନଠାରୁ ସମସ୍ତ ରେକର୍ଡ ଭଙ୍ଗ କରିଛି। ଏହି ଚଳଚ୍ଚିତ୍ରଟି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ଠୁ ବି ଅନେକ ସ୍ଥାନରେ ଭଲ ପ୍ରଦର୍ଶନ କରିଛି।

ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିବାର ସପ୍ତାହ ଶେଷ ହେବା ସହିତ ସୋମବାର (ବିଭିନ୍ନ ଭାଷାରେ) ପ୍ରାୟ ୧୨.୫୦ କୋଟି ରୋଜଗାର କରିଛି। ମାତ୍ର ପାଞ୍ଚଦିନରେ ୧୫୦ କୋଟି ଆୟ ଛୁଇଁଥିଲେ ମଧ୍ୟ ବ୍ରହ୍ମାସ୍ତ୍ର ଲାଭଠାରୁ ବହୁ ଦୂରରେ ରହିଛି।

ବାସ୍ତବରେ ବକ୍ସ ଅଫିସରେ ୩୭ କୋଟି ଟଙ୍କା ସହିତ ବ୍ରହ୍ମାସ୍ତ୍ର ଖାତା ଖୋଲିଥିଲା। ପ୍ରଥମ ସୋମବାରରେ ଫିଲ୍ମର ସଂଗ୍ରହ ପ୍ରାୟ ୧୬ କୋଟି ଟଙ୍କା ହୋଇଥିବାବେଳେ ରବିବାର ୪୫ କୋଟି, ଦ୍ୱିତୀୟ ଦିନରେ ୪୨ କୋଟି ରୋଜଗାର କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରହ୍ମାସ୍ତ୍ରର ପଞ୍ଚମ ଦିନର ସଂଗ୍ରହ ସମେତ ବ୍ରହ୍ମାସ୍ତ୍ର ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୧୫୨.୫୦ କୋଟି ଟଙ୍କା ଆୟ କରିଛି।

ଏଥିସହିତ ଫିଲ୍ମଟି ବିଶ୍ବସ୍ତରରେ ମଧ୍ୟ ବହୁତ ଆଦୃତି ଲାଭ କରିଛି। କେବଳ ଏତିକି ନୁହେଁ, ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ରୋଜଗାର କ୍ଷେତ୍ରରେ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ହେଁ ସବୁଠୁ ମହଙ୍ଗା ହିନ୍ଦୀ ଚଳଚ୍ଚିତ୍ର ହୋଇଥିବାରୁ ଦର୍ଶକଙ୍କ ସହ ରାଜସ୍ବର ୫୫ ପ୍ରତିଶତ ବାଣ୍ଟିବାକୁ ପଡ଼ିବ।

Comments are closed.