ଆଜି ମାଣବସା ମାଆଙ୍କର

ଅର୍ଜୁନୀ ଚରଣ ବେହେରା

ମାର୍ଗଶୀର ମାସ ଆଜି ଶୁଭ ଗୁରୁବାର l
ପୁଣ୍ୟ ପରବ ପଡ଼ିଲା ପଡ଼ିଦାତ୍ରୀଙ୍କର ll
ଶଙ୍ଖ ନାଦେ କୂଳ ବଧୁଙ୍କର ହୁଳ ହୁଳି l
କୋଳାହଳ ପୂରପଲ୍ଲୀ ପଡ଼ୁଛି ଉଛୁଳି ll
କୂଳ ବଧୂ ସର୍ବେ ଆଜ ପ୍ରଭାତରୁ ଉଠି l
ପକାଇଅଛନ୍ତି ଲକ୍ଷ୍ମୀପାଦ ଚିତାଝୋଟି ll
ଧାନକେଣ୍ଡା ମେଣ୍ଟାକରି ଖଟୁଲି ସଜାଇ l
ମାଆ ଲକ୍ଷ୍ମୀଙ୍କର ବାଟ ବସିଛନ୍ତି ଚାହିଁ ll
ପୁଜାଘେନିଯିବେ ଆସି ଅତି ଦୟାବତୀ l
ନମଃ ମହାଲକ୍ଷ୍ମୀ ତାଙ୍କ ସାଗରୁ ଉତ୍ପତ୍ତି ll
ଦାସୀ ପରିବାରି ସାଥେ ସୁନାର ସବାରି l
ଚଢ଼ି ସଜହୋଇଲେଣି ଶ୍ରୀକ୍ଷେତ୍ରର ଶିରି ll
ବିଜୟହୋଇବେ ମାଆ ଭକ୍ତଙ୍କର ପୁରେ l
ଜଗନ୍ନାଥ ବଳରାମ ଆଜ୍ଞା ଦ୍ୟନ୍ତି ଡରେ ll
ଧନ୍ୟ ଧନ୍ୟ ବଳରାମ ଶ୍ରୀଲକ୍ଷ୍ମୀଙ୍କ ଦାସ l
ମାଆଙ୍କ ମହିମା କଲ ପୁରାଣେ ପ୍ରକାଶ ll
ସେ ପୁରାଣୁ ଆଜି ମାଣ ବସା ମାଆଙ୍କର l
ଅନନ୍ୟ ପର୍ବ ଗୋଟି ଏ ପୁଣ୍ୟ ଉତ୍କଳର ll
ଦୟାମୟୀ ଚଞ୍ଚଳା ମା’ ବିଷ୍ଣୁ ପାଟରାଣୀ l
ଶ୍ରୀକ୍ଷେତ୍ରରେ ବିରାଜନ୍ତି ବିଶ୍ୱ ଠାକୁରାଣୀ ll
ଜୟ ଜୟ ମହାଲକ୍ଷ୍ମୀ ଜୟ ମା’ ପ୍ରଣମ୍ୟେ l
ଅଧମ ଅଜ୍ଞାନ ମାଆ ତୋ ଚରଣେ ନମେ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.