ବରଗଡ଼ : ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା CRCCଙ୍କୁ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ। ଡିଇଓ, ବିଇଓଙ୍କ ସହ ପିଇଟି ସାର୍ ଙ୍କୁ ଗିରଫ କଲା ବରଗଡ଼ ପୋଲିସ। ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ବରଗଡ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ ଓ ସତଲମା ସ୍କୁଲର PET ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ। ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଜଣେ ମହିଳା ଶିକ୍ଷକ ବା CRCCଙ୍କୁ ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯ୍ୟାତନା ଅଭିଯୋଗରେ ୩ଜଣଙ୍କୁ ବାନ୍ଧିଲା ବରଗଡ ପୋଲିସ। ମହିଳାଙ୍କ ସୁରକ୍ଷା ଓ କର୍ମସ୍ଥଳରେ ଯୌନ ନିର୍ଯାତନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.