ଫେଲୋଶିପ୍ ଯୁବତୀଙ୍କ ସହ ଦୁର୍ବ୍ୟବହାର ଓ ମରଣାତ୍ମକ ଆକ୍ରମଣ, ପିଲା ଚୋରି ଅଭିଯୋଗରେ ଅଭାବନୀୟ ଘଟଣା, ଥାନାରେ ମାମଲା, ତଦନ୍ତରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ।

0

ରାୟଗଡା : ଦିଲ୍ଲୀରେ ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଜଣେ ଯୁବତୀଙ୍କ ସହ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ପିଲା ଚୋର ଭାବି ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହେବା ସହ ତାଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ମାରି ହୋଇଥିବା ଅଭିଯୋଗ କରିଛନ୍ତି ସେ। ଦୁହେଁ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଠାରୁ କଲାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିଲେ, ଏମାନେ ଏହି ସଡ଼କ ପ୍ରତୀ ଅଜ୍ଞ ଥିବାରୁ ଗୁଗୁଲୁ ମ୍ୟାପ୍ ଦେଖୀ ଦେଖୀ ଯାଉଥିବା ବେଳେ ଇନ୍ତାଲିଗୁଡ଼ା ଠାରେ ସ୍ଥାନୀୟ ବାସିନ୍ଦା ପିଲା ଚୋର ସନ୍ଦେହରେ ଅଟକାଇ ଆଇନକୁ ହାତକୁ ନେଇଥିଲେ।
AVO-1: ଦିଲ୍ଲୀରେ ରହି ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଏହି ଯୁବତୀ ନିଜ ସହ ଘଟିଥିବା ଘଟଣାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଫେଲୋଶିପ୍‌ର ଅଂଶ ଭାବେ ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯୁବତୀଙ୍କ ଅଭିଯୋଗ ଅନୁସାରେ, ପରିଚୟପତ୍ର ଦେଖାଇବା ପରେ ମଧ୍ୟ ସ୍ଥାନୀୟ ଲୋକ ସନ୍ତୁଷ୍ଟ ହୋଇନଥିଲେ। ସମୟ ବିତିବା ସହ ସେଠାରେ ଲୋକଙ୍କ ଭିଡ଼ ବଢ଼ିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ପରିସ୍ଥିତି ଅସମ୍ଭାଳ ହେବା ପରେ ସେମାନେ ପୋଲିସର ସହାୟତା ନେବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ କିଛି ଲୋକ ତାଙ୍କ ସହ ଅସଦାଚରଣ ଏବଂ ମାଡ଼ମାରି କରିଥିବା ଗୁରୁତର ଅଭିଯୋଗ ହୋଇଛି। ଯୁବତୀ ସ୍ପଷ୍ଟ କରିଛନ୍ତି ଯେ ସେମାନେ କୌଣସି ବେଆଇନ କାର୍ଯ୍ୟ ପାଇଁ ସେଠାକୁ ଯାଇନଥିଲେ। ସାମାଜିକ କାର୍ଯ୍ୟ ଓ ଫେଲୋଶିପ୍‌ର ଅଂଶ ଭାବେ ଗାଁ ଗସ୍ତରେ ଯାଇଥିବା ସେ ଦାବି କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ଏବେ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି। ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ସତ୍ୟାସତ୍ୟ ଜାଣିବା ପାଇଁ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କଲ୍ୟାଣସିଂହପୁର ଥାନାରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଦୁଇ ଆହତ ଙ୍କୁ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି,ପରେ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ।
ରାୟଗଡା ରୁ ଭି ଗୌରୀ ଶଙ୍କର ରାଓ ଙ୍କ ରିପୋର୍ଟ

Leave A Reply

Your email address will not be published.