ରାୟଗଡ଼ ଥାନାରେ “ଆମ ପୋଲିସ ସମିତି” କାର୍ଯ୍ୟକ୍ରମ।

0

ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ରାୟଗଡ଼ ଥାନା ପରିସରରେ “ଆମ ପୋଲିସ ସମିତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ସଡ଼କ ସୁରକ୍ଷା, ସାଇବର ସଚେତନତା, ନିଶାମୁକ୍ତ ସମାଜ ଗଠନ ଏବଂ ବାଲ୍ୟବିବାହ ରୋକିବା ଉପରେ ସଚେତନ କରାଯାଇଛି।

ଗଜପତି ଜିଲ୍ଲାର ରାୟଗଡ଼ ଥାନା ପରିସରରେ ଆଜି ସକାଳ ୧୧ଟାରେ “ଆମ ପୋଲିସ ସମିତି” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଥାନା ଅଧିକାରୀ ପ୍ରମଦ କୁମାର ଖଣ୍ଡୁଆଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସଆଇ କୃଷ୍ଣ ସେଠି, ଏଏସଆଇ ସୁରଥ ଭୂୟାଁ, ଏଏସଆଇ ଦେବାଶିଷ ପାତ୍ର ଓ ରାୟଗଡ଼ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ଓ ସହଯୋଗ ବୃଦ୍ଧି କରିବା। ଏହି ଅବସରରେ ସଡ଼କ ସୁରକ୍ଷା ନିୟମ ପାଳନ, ହେଲମେଟ୍ ପିନ୍ଧି ଯାନ ଚାଳନା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ସାଇବର ଠକେଇରୁ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହାସହ ଗ୍ରାମାଞ୍ଚଳରେ ଅବୈଧ ଦେଶୀ ମଦ ବିକ୍ରିକୁ ବିରୋଧ କରିବା, ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବା ଏବଂ ବାଲ୍ୟବିବାହ ବିରୋଧରେ ସ୍ୱର ଉଠାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା। ସଚେତନ ଓ ସୁରକ୍ଷିତ ସମାଜ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।

Leave A Reply

Your email address will not be published.