ବନ୍ଧ ରେ ବୁଡି ବୋଲ୍ ବମ୍ ସଂକଳ୍ପ ଧାରୀ ଯୁବକଙ୍କ ମୃତ୍ୟୁ ।

0

ଆର, ଉଦୟଗିରି,୩ ୮ (ମନୋଜ କୁମାର ପାଢୀ):ଶ୍ରାବଣ ମାସର ପ୍ରଥମ ସୋମବାର ଜଳାଭିଷେକ ଓ ପୂଜା ପାଇଁ ସ୍ତ୍ରୀ ଙ୍କୁ ଫୁଲ ତୋଳିବାକୁ କହି ସ୍ବାମୀ ଶୌଚ ହେବାଲାଗି ଗାଁ ନିକଟ ବନ୍ଧ କୁ ଯାଇ ଶବ ହୋଇ ଘରକୁ ଫେରିଲେ l ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ତବାରସିଂ ଗ୍ରାମପଞ୍ଚାୟତ ଖଜୁରୀଢ଼ିଅ ଗ୍ରାମରେ l ଖଜୁରୀଢିଅ ଗ୍ରାମର ତାରିଣୀ ଦଳେଇ ଙ୍କ ୨୭ ବର୍ଷୀୟ ବିବାହିତ ରୋଜଗାରିଆ ପୁଅ ଆନନ୍ଦ ଦଳେଇ ପରିବାର ସଦସ୍ୟଙ୍କ ସ୍ବପ୍ନ ଗୁଡିକୁ ସାକାର କରିବା ପାଇଁ ମାନସିକ କରି ଚଳିତ ଶ୍ରାବଣ ମାସର ୨୯ ତାରିଖରେ ତବାରସିଂ ବୋଲ୍ ବମ୍ ସଙ୍ଘରେ ସଂକଳ୍ପ ନେଇଥିଲେ l ଆସନ୍ତା କାଲି ଶ୍ରାବଣ ମାସର ପ୍ରଥମ ସୋମବାର ପାଣି ଭାର ନେଇ ଶିବ ଲିଙ୍ଗରେ ଜଳାଭିଷେକ କରିବା ପୂର୍ବରୁ ଆନନ୍ଦଙ୍କ ସବୁ ସ୍ବପ୍ନ ଚୁନା ହୋଇଯାଇଛି l ଆନନ୍ଦ ଆଜି ସକାଳ ୧୧ ଘଣ୍ଟା ସମୟରେ ନିଜ ସ୍ତ୍ରୀ ଙ୍କୁ ଫୁଲ ତୋଳିବା ପାଇଁ କହି ଶୌଚ ହେବା ପାଇଁ ଗାଁ ନିକଟ ବନ୍ଧକୁ ଯାଇଥିଲେ l ଶୌଚ ପରେ ଗାଧୋଇବା ପାଇଁ ବନ୍ଧକୁ ଯାଇ ଆଉ ଫେରି ନଥିଲେ l ବହୁ ସମୟ ଧରି ଯୁବକ ଜଣକ ନ ଆସିବାରୁ ପରିବାର ଲୋକଙ୍କ ମନରେ ପାପ ଛୁଇଁ ଖୋଜା ଖୋଜି କରି ବନ୍ଧ ନିକଟକୁ ସାନ ଭାଇ ଯାଇ ଦେଖିବା ବେଳେ ବଡ ଭାଇ ଭାସୁଥିବା ଦେଖି ବାପା ଓ ଗ୍ରାମବାସୀଙ୍କୁ ଜଣେଇଥିଲା l ପରିବାର ଲୋକ ଓ ଗ୍ରାମବାସୀଙ୍କସହଯୋଗ ରେ ଆନନ୍ଦଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା l କିନ୍ତୁ ଡାକ୍ତର ସୁବ୍ରତ କୁମାର ସାହୁ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଡାକ୍ତରଙ୍କ ଠାରୁ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣୀ ସ୍ତ୍ରୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l ଆନନ୍ଦ ଙ୍କ ଦେଢ଼ ବର୍ଷ ର ଝିଅ ବାପା ଙ୍କ ଫେରିବା ବାଟକୁ ଚାହିଁ ବସିଛି l ଏ ନେଇ ରାମଗିରି ଥାନାରେ ୩/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l ଏହି ମାମଲାର ତଦନ୍ତ ଭାର ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ନେଇଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଡି. ଗଜପତି ଦୋରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.