ଗଜପତି:୨୬/୧୧(ମନୋଜ କୁମାର ପାଢୀ):ନିଡି(ନେସନାଲ ଇନଷ୍ଟିଚ୍ୟୁଟ ଫର୍ ଡେଭଲପମେଣ୍ଟ ଇନୋଭେନସନ୍) ଓ ଟିପିଏସଡିଓଏଲ୍(ଟାଟା ପାଓ୍ୱାର ସାଉଥେର୍ନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ)ର ଯୁଗ୍ମ ପରିଚାଳନାରେ ଗଜପତି ଜିଲ୍ଲା ମୋହନା ବ୍ଲକର ଧାଡିଆମ୍ୱ ପଂଚାୟତର କଂକରଡା ଏବଂ ଜଗନ୍ନାଥପୁର ଗ୍ରାମର ଯୁବକ/ଯୁବତୀମାନଂକ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦକ୍ଷତା ବୃଦ୍ଧି ଶିବିର ଅନୁଷ୍ଠିତ ହୋଇଯାଇଛି।ନିଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରଂଜନ କୁମାର ରାଉତଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଉପରୋକ୍ତ ଗ୍ରାମର ୨୦ ଜଣ ଆଦିବାସୀ ଯୁବକ/ଯୁବତୀ ଏଥିରେ ଯୋଗଦାନ କରିଥିଲେ।ସେମାନଂକୁ ସେମାନଙ୍କର ନବସୃଜନ ଦକ୍ଷତା ତଥା ଉଦ୍ୟୋଗୀ ଭିତ୍ତିକ ଭିତ୍ତିଭୂମି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।ତତ୍ ସଂଗେସଂଗେ ସେମାନଂକୁ ରୋଜଗାର ସକ୍ଷମ ଏବଂ ବଜାରୀକରଣର ବିଭିନ୍ନ ଦିଗ ସମ୍ୱନ୍ଧରେ ଅବଗତ କରାଯାଇଥିଲା।ସ୍ଥାନୀୟ ସମ୍ୱଳର ବିନିଯୋଗ ଏବଂ ପ୍ରକ୍ରିୟାକରଣକୁ ପ୍ରାଧାନ୍ଯ ଦେବାକୁ ପରାମର୍ଶ ଦିଆଯାଇଥିଲା।ଏହାଛଡା ଆଦିବାସୀ କଳା ଓ ସଂସ୍କୃତିକୁ ପ୍ରାଧାନ୍ଯ ଦେଇ ସେମାନଙ୍କ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପରାମର୍ଶ ଦିଆଯାଇଥିଲା।ଉପସ୍ଥିତ ତାଲିମାର୍ଥୀ ମାନଂକ ମଧ୍ଯରେ ସେମାନଂକ ଦକ୍ଷତାବୃଦ୍ଧି ଏବଂ ଅନୁଭୂତିର ସମୀକ୍ଷା କରାଯାଇଥିଲା।ଏହାକୁ ପ୍ରକଳ୍ପ ସଂଯୋଜିକା ସୁମିତ୍ରା ଗମାଙ୍ଗ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.