ଭୁବନେଶ୍ଵର : ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍- ଓଏଚପିସି ପକ୍ଷରୁ ଆଜି ଲୋକସେବା ଭବନରେ ଓଏଚପିସିର କର୍ମଚାରୀମାନଙ୍କ କଷ୍ଟମାଇଜଡ୍ ୟୁନିଅନ୍ ସୁପର ସାଲାରୀ ଆକାଉଣ୍ଟ୍ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉପସ୍ଥିତିରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଏଚପିସି ପକ୍ଷରୁ ବରିଷ୍ଠ ମହାପ୍ରବନ୍ଧକ ଗଗନ ବିହାରୀ ମହାରଣା ଏବଂ ୟୁବିଆଇ ର ପ୍ରତିନିଧିତ୍ୱ କରୁଥିବା ଉପ ମହାପ୍ରବନ୍ଧକ ଏନ. ବାରିକ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।
ବୁଝାମଣାପତ୍ର ଅନୁଯାୟୀ, ପ୍ରତ୍ୟେକ ଓଏଚପିସି କର୍ମଚାରୀ ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଏବଂ ୨୦ ଲକ୍ଷ ଟଙ୍କାର ଅତିରିକ୍ତ ଟର୍ମ ଜୀବନ ବୀମା ପାଇବେ। ମାଗଣା ବିମାନବନ୍ଦର ଲାଉଞ୍ଜ ସୁବିଧା, ତ୍ରୈମାସିକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ମାଗଣା କାରବାର ସମେତ କୌଣସି ଅତିରିକ୍ତ ମୂଲ୍ୟ ବିନା ୭୫ ହଜାର ଟଙ୍କାର ବାର୍ଷିକ ଜୀବନଶୈଳୀ ଲାଭ ମଧ୍ୟ ଉପଲବ୍ଧ ରହିଛି।
Comments are closed.