ଅଦାଲତ ଅବମାନନା ମାମଲାରେ ଆଇଏଏସ୍‌ ଉଷା ପାଢୀଙ୍କୁ ଆଶ୍ୱସ୍ତି ମିଳିଛି ।

ଭୁବନେଶ୍ୱର : ଅଦାଲତ ଅବମାନନା ମାମଲାରେ ଆଇଏଏସ୍‌ ଉଷା ପାଢୀଙ୍କୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଉଷା ପାଢୀ । ଏହାସହିତ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି । ନିର୍ଦ୍ଦେଶ ପାଳନ ହୋଇଥିବାରୁ ଅଦାଲତ ଅବମାନନା ମାମଲା ରଦ୍ଦ କରିଛନ୍ତି ହାଇକୋର୍ଟ । ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କ ବିରୋଧରେ ବି ମାମଲା ରଦ୍ଦ କରାଯାଇଛି ।

ସୂଚନା ଅନୁସାରେ ଏକ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ, ଓଡ଼ିଶା ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ ପ୍ଲାନିଂ ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧଙ୍କୁ ଆଜି ୧୦ଟା ୩୦ମିନିଟରେ ହାଇକୋର୍ଟରେ ହାଜର କରାଇବାକୁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାହିଁକି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ କରାଯାଇନାହିଁ ସେ ସମ୍ପର୍କରେ ଜବାବ ଦେବା ପାଇଁ ଆଦେଶରେ ଉଲ୍ଲେଖ କରାଯାଇଛି । ଜଷ୍ଟିସ୍‌ ଦୀକ୍ଷିତ ଶ୍ରୀପଦ ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.