କାଲିଠୁ ଭିତରକନିକା ବନ୍ଦ

ରାଜନଗର :  କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ୩ଦିନ ବନ୍ଦ ରହିବ ଭିତରକନିକା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା। ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ନଦୀ, ନାଳମାନଙ୍କରେ ବଉଳା କୁମ୍ଭୀର ଗଣନା କରାଯିବ। ସେଥିପାଇଁ ଆଜି ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପରେ ସେମାନେ ଆସନ୍ତାକାଲିଠାରୁ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ।

Comments are closed.