କେନ୍ଦୁଝର : ଢେଙ୍କିକୋଟ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ସୀତାବିଞ୍ଜ ଷ୍ଟେସନକୁ ଯାଇଥିବା ରାସ୍ତାର କିଛି କିଛି ଅଂଶ ମରାମତି କରାଯାଇଛି । ଏହା ସତ୍ତ୍ବେ ଏହି ରାସ୍ତାର ବହୁ ସ୍ଥାନରେ ଗୋଡି ଉଠି ଖାଲଖମା ସୃଷ୍ଟି ହୋଇଛି । ତଣ୍ଡିବେଡ଼ା ଗାଁ ନିକଟରେ ଏହି ରାସ୍ତାର କିଛି ଅଂଶ ଆଦୌ ପିଚୁ କରାଯାଇନାହିଁ । ଏହି ଅଂଶ ଘରୋଇ ମାଲିକାନା ରେ ଥିବାରୁ ଏହି ରାସ୍ତା ପିଚୁ ହୋଇ ପାରୁନାହିଁ । କର୍ତ୍ତୁପକ୍ଷ ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନକରି ସେହି ମାଟି ରାସ୍ତାକୁ ପକାଇ ରଖିଛନ୍ତି । ଏହି ରାସ୍ତା ଦେଇ ରୁଟିଶିଳା ରୁ ଲକ୍ଷ୍ମୀ ବସ ଚଳାଚଳ କରୁଥିବା ବେଳେ ଦୈନଦିନ ଶହ ଶହ ଲୋକ ବାଇକ, ଅଟୋ ଓ ୪ ଚକିଆ ଯାନରେ ଷ୍ଟେସନ କୁ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଅନ୍ତର୍ଗତ ତଣ୍ଡିବେଡାର ମାଟି ରାସ୍ତାକୁ ଆଉ ଥରେ ପିଚୁ କରାଯିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।
Comments are closed.