ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହିନପାରି ଆତ୍ମହତ୍ୟା କଲେ ସ୍ବାମୀ। ମୃତକ ନନ୍ଦଲାଲ ଚାମ୍ପିଆ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ଜାନୁଆରୀ ୨୬ ତାରିଖରେ ନନ୍ଦଲାଲାଙ୍କ ପତ୍ନୀ ଜିନିଦ କାଣ୍ତାଲାନା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୋଇଁ ହେଉଥିଲେ। ଏତିକି ବେଳେ ହଠାତ୍ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୩ ମାସ କାଳ ହସ୍ପିଟାଲରେ ଚିକିତ୍ସା ହେବା ପରେ ଆଖିବୁଜିଥିଲେ ଜିନିଦ। ସ୍ତ୍ରୀର ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ପଡିଥିଲେ ନନ୍ଦଲାଲ ଶେଷରେ ରବିବାର ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.
Comments are closed.