ଓଡ଼ଗାଁ,୦୪/୦୨(ନି.ପ୍ର):ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଓଡ଼ଗାଁସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଲଷ୍ଟରରୁ ମନୋନୀତ ହୋଇ ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏ ଅବସରରେ କନିଷ୍ଠ ବର୍ଗ ବିତର୍କ ପ୍ରତିଯୋଗିତାରେ ଅନ୍ନପୂର୍ଣ୍ଣା ଜେନା,କୁଇଜରେ ପୂରବୀ ବରାଡ଼,ଚିତ୍ରାଙ୍କନରେ ପ୍ରତ୍ୟୁଷ କୁମାର ମହାଙ୍କୁଡ଼ ଏବଂ ବରିଷ୍ଠବର୍ଗରୁ ବିତର୍କରେ ବିଭୁତି ନାହାକ,କୁଇଜରେ ଜ୍ୟୋତିର୍ମୟୀ ବିଶୋଇ,ଚିତ୍ରାଙ୍କନରେ ଅଞ୍ଜଳି ସାହୁଙ୍କ ସମେତ ଭାଷାସାହିତ୍ୟ ବିଭାଗରେ ପାପାଲି ପ୍ରିୟଦର୍ଶିନୀ ଓ ସୁଲଗ୍ନା ସେଠୀ,ଚିତ୍ରକଳାରେ ସ୍ୱାଗତିକା ସାହୁ ଓ କେ.ଅନୁ ଚୌଧୁରୀ ଏବଂ ଓଡ଼ିଆ ସଂସ୍କୃତି ପ୍ରକଳ୍ପରେ ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ଜିଲ୍ଲା ସ୍ତର ପ୍ରତିଯୋଗିତାରେ ଭାଗ ନେବାପାଇଁ ଉନ୍ନୀତ ହୋଇଛନ୍ତି।ସମସ୍ତ ମନୋନୀତ ପ୍ରତିଭାମାନଙ୍କୁ ମଣ୍ଡଳ ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁଙ୍କ ସମେତ ବିଆରସିସି କମଳିନୀ ବେହେରା,ଏବିଇଓ ରବୀନ୍ଦ୍ର କୁମାର ନାୟକ,ପ୍ରଧାନଶିକ୍ଷକ ଗିରିଜାଶଙ୍କର ମହାପାତ୍ର, ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତି ପଟ୍ଟନାୟକ, ଶିକ୍ଷକ ସଂଘ ସଭାପତି ଭକ୍ତରଞ୍ଜନ ମିଶ୍ର ପ୍ରମୁଖ ପୁରସ୍କୃତ କରିଥିଲେ।ଏହି ପ୍ରତିଯୋଗିତାରେ ବିଚାରକ ଭାବେ ବିଜୟ କୁମାର ରଥ,ପ୍ରଦୀପ୍ତ କୁମାର ନାୟକ, ପଞ୍ଚାନନ ପଣ୍ଡା, ପରମାନନ୍ଦ ସ୍ୱାଇଁ ଓ ଯଶୋବନ୍ତ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିବାବେଳେ ଗୋଦାବରୀ ବସନ୍ତିଆ,ନରେଶ ପାଣିଗ୍ରାହୀ,ରବୀନ୍ଦ୍ର କୁମାର ଘଡେଇ,ତ୍ରିଲୋଚନ ସାମନ୍ତରାୟ ଏବଂ ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.