ଖୁଦୁରୁକୁଣୀ

ବିଳାସ ଚନ୍ଦ୍ର ବେହେରା

ଭାଇ ମାନଙ୍କର ଶୁଭ ମନାସି କି
ପୂଜନ୍ତି ଖୁଦୁରୁକୁଣୀ
ସକାଳେ ଗାଧୋଇ ବାଲୁଙ୍କା ପୂଜନ୍ତି
ରାତି ହେଲେ ଭାଲୁକୁଣୀ l
ରବିବାର ଦିନ ପାହାନ୍ତା ପହରୁ
ସାହି ଝିଅଙ୍କର ମେଳି
ବିଭିନ୍ନ ଜାଗାରୁ ଜାତି ଜାତି ଫୁଲ
ସରାଗେ ଆଣନ୍ତି ତୋଳି l
ଓଦା ଜୁଡୁ ବୁଡୁ ଗାଧୁଆ ତୁଠରେ
ମାଟିରେ ତୋଳି ବାଲୁଙ୍କା
ଖାତର ନ ଥାଏ ଜର ଥଣ୍ଡା କାଶ
ନ ଥାଏ ମନରେ ଶଙ୍କା l
ପୋଖରୀରୁ କଇଁ ପଦ୍ମ ଫୁଲ ତୋଳି
ଯତନେ ଗୁନ୍ଥନ୍ତି ମାଳ
ଭାଲୁକୁଣୀ ମୂର୍ତ୍ତି ସଜାଇ ପୂଜନ୍ତି
ପୁରି ଉଠେ ଢ଼ିଙ୍କିଶାଳ l
ବିଶୁଦ୍ଧ ଅତୀତ ଆଜି ଧୂଳିସାତ
(ବାଲୁଙ୍କା)ପୂଜାହୁଏ କୂଅମୂଳେ
ଢିଙ୍କିଶାଳ କଥା ନ କହିବା ଭଲ
ସ୍ନାନ ଆଦି ଟାଙ୍କି ଜଳେ l
ହଜିଗଲା ସବୁ ଗାଡ଼ିଆ ପୋଖରୀ
ବଡ଼ କୋଠା ଗଢ଼ା ହେଲା
ଆଧୁନିକତାକୁ ଜାବୁଡି ଧରିଲୁ
ପରମ୍ପରା ବୁଡି ଗଲା l

ନଳିତା ନିଳୟ,
ବନ୍ତୁଣିଆ,୪୨ ମୋୖଜ଼ା,
କଟକ l

Comments are closed.