ରାତି ଗଲା ଏବେ ପାହି

ଅର୍ଜୁନୀ ଚରଣ ବେହେରା

ବାୟସେ ରଟିଲେ ପେଚକ ଲୁଚିଲେ
ରାତି ଗଲା ଏବେ ପାହି l
ପୂରୁବ ଦିଗରୁ ସୂରୁଜ ଦେବତା
ଧୀରେ ଆସୁଛନ୍ତି ଉଇଁ ll
ହୁକେ ହୋ ଡାକି ପାହାନ୍ତି ପହରୁ
ଜମ୍ବୁକେ ଲୁଚିଲେ ବଣେ l
ବାରନାରୀ ପୁରୁ ଦାର ପଳାଇଲେ
ଅନ୍ଧକାର ଅବସାନେ ll
ହରେ କୃଷ୍ଣ ହରେ ରାମ ରଟୁଛନ୍ତି
ପଞ୍ଜୁରୀ ଭିତରେ ଶାରୀ l
କରଟ କୁମ୍ଭାଟ ଚମକି ରଟନ୍ତୀ
ପକ୍ଷୀ ଜନ୍ମୁ କର ପାରି ll
ମୁରୁଜ ବୁଣିଲେ ସୂରୁଜ ଧରାରେ
ରାବନ୍ତି କଜଳପାତି l
ମଣିମା ଶୁଣିମା ଡାକ ଶ୍ରୀମନ୍ଦିରେ
ଉଠ ପ୍ରଭୁ ଲକ୍ଷ୍ମୀପତି ll
ନିଶାକର ଅସ୍ତେ ନିଶାକର ପ୍ରୀୟା
କୁମୁଦେ ଭଜିଲେ ନିଦ l
ପଦ୍ମିନୀରମଣ ଉଦେ ନଭେ ଯେଣୁ
ଫୁଟିଲେଣି ଅରବିନ୍ଦ ll
ମନ୍ଦ ମନ୍ଦ ଗନ୍ଧବହ ପ୍ରସରଇ
ଶେଫାଳିର ବନ ଛୁଇଁ l
କେତକୀ,ସେବତୀ,ନିଆଳି,ମାଳତୀ
ବାସ ଆସୁଅଛି ବହି ll
ଉଠ ଉଠ ଏବେ ବାଳକେ ସରବେ
ଧ୍ୟାନ କର ସରସ୍ବତୀ l
ବିଦ୍ୟାରମ୍ଭ କର ଗଜାନନେ ଧ୍ୟାୟୀ
ବୀଣାପାଣି ବିଦ୍ୟାଦାତ୍ରୀ ll
ଦୂର ଦିଗବଳୟେ ନାଲି ଟହ ଟହ
ଉଦୟ ଦେବ ଭାସ୍କର l
ନମଃ ଛାୟାପତି ଘେନ ମୋ ମିନତି
ବାଳସୂର୍ଯ୍ୟେ ନମସ୍କାର ll
🙏🙏🙏
ଅର୍ଜୁନୀ
———
ମୋ -୭୬୯୩୦୯୧୯୭୧

Comments are closed.