ଜୟ ଜୟ ଗଣନାଥ
============
ଜୟ ଜୟ ଗଣନାଥ ଗୋଉରୀ ନନ୍ଦନ l
ଜୟ ଜୟ ବିଦ୍ୟାଦାତା ପ୍ରଭୁ ଗଜାନନ ll
ଜୟ ଜୟ ବକ୍ରତୁଣ୍ଡ ସିଦ୍ଧି ବିନାୟକ l
ସର୍ବସିଦ୍ଧି ଦାତା ପ୍ରଭୁ ଦେବଙ୍କ ନାୟକ ll
ନମଃ ଗଣେଶ ବିଘ୍ନେଶ ନମଃ ଗଣପତି l
ପୂଜା ଆରମ୍ଭରେ ଅଗ୍ରପୂଜ୍ୟ ତବ ସ୍ତୁତି ll
ଜୟ ଜୟ ବିଘ୍ନରାଜ ପ୍ରଭୁ ବିଘ୍ନେଶ୍ୱର l
ସୁମରଣେ ବିଘ୍ନ ତବ ରହି ଥାଏ ଦୂର ll
ଜୟ ମାତୃଭକ୍ତ ପିତା, ଜଟିଆ ଶଙ୍କର l
କାଟି ପକାଇଲେ ଶିଶୁକାଳେ ତବ ଶିର ll
ନିଜ ଦୋଷ ବୁଝି ଶ୍ଵେତ ହସ୍ତୀମୁଣ୍ଡ ଆଣି l
ଅଙ୍ଗରେ ଲଗାଇଦେଲେ ପ୍ରଭୁ ଶୂଳପାଣି ll
ଜୟ ହେ ଗଜ ବଦନ ଜୟ ଲମ୍ବୋଦର l
ପୃଥୁଳ ଶରୀରେ ପ୍ରଭୋ ଦିଶିଲ ସୁନ୍ଦର ll
ଶୁଭ୍ରଶଙ୍ଖ ବର୍ଣ୍ଣେ ତବ ଦୀର୍ଘ ଗଜ କର୍ଣ୍ଣ l
ପାଶ ଅଙ୍କୁଶ ହସ୍ତରେ ଆଖି ଦୁଇ ସାନ ll
ଜ୍ଞାନ ଦାତା ଭଗବାନ ସର୍ଵ ଶାସ୍ତ୍ର ଜ୍ଞାତା l
ଉଦରେ ତୁମ୍ଭର ସର୍ଵ ପୁରାଣ ସଂହିତା ll
କେଉଁ ଜଣାଣ କରିବି ହେ ଜଗ ବନ୍ଦନ l
ବିଦ୍ୟାହୀନ ବୁଦ୍ଧିହୀନ ବିଦ୍ୟାଘରେ ଶୂନ୍ୟ ll
ଶୂନ୍ୟ ପୁରାଇବ ବିଦ୍ୟାପତି ମୋର ଆଶ l
ଚରଣେ ଶରଣ ଗଲା ବିଦ୍ୟାଶୁନ୍ୟ ଦାସ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.