ବୋଲଗଡ ବ୍ଲକ୍ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜାଙ୍କ ମାର୍ଗଦର୍ଶନରେ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୨ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ପ୍ରଧାନଶିକ୍ଷକ ନଟବର ବେହେରା, ପ୍ରଫୁଲ୍ଲ କୁମାର ସିଂହ, ଭକ୍ତବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ସ୍କୁଲ ପିଲାମାନଙ୍କ ମଧ୍ଯରେ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ, କୁଇଜ୍ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ରାଜକିଶୋର ଛୁଆଳସିଂହ ବିବେକାନନ୍ଦଙ୍କ ସ୍ବଦେଶ ମନ୍ତ୍ର ପାଠ କରାଇବା ସହିତ ଆହ୍ବାନ ସଂଗୀତ ଗାନ କରାଇଥିଲେ। ଅନୁଷ୍ଠାନର ସହସଂପାଦକ ଅଧ୍ୟାପକ ସର୍ବେଶ୍ଵର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନଶିକ୍ଷକ ସୁବଳ ଛୁଆଳସିଂହ, କ୍ଷେତ୍ରମୋହନ ରଣା, ବିମ୍ବାଧର ସାହୁ ଓ ମନୋଜ କୁମାର ଗୁମାନସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.