ବାଇ ଠାକୁରାଣୀ
===========
ଜୟ ଜୟ ମହାଲକ୍ଷ୍ମୀ ଶ୍ରୀ ପୀଠରେ ରହୁ l
ବାଇଠାକୁରାଣୀ ତୁହି ଜଗତେ ବୋଲାଉ ll
ଘରେଘରେ ପୂଜ୍ୟା ମାଆ ଉତ୍କଳଭୂମିରେ l
ମାଣବସା ଓଷା ହୁଏ ପୁଣ୍ୟ ମାର୍ଗଶୀରେ ll
ଭକତ ଭାବରେ ବାଇ ମାତେ ପଦ୍ମାଳୟା l
ଲୋକ ଜନନୀ କମଳା ବିଷ୍ଣୁଙ୍କର ଜାୟା ll
ଚଣ୍ଡାଳ ଗୃହରେ ପୁଜା ଘେନିଲୁ ବାୟାଣୀ l
ଭକ୍ତିଭରେ ପୂଜାକଲା ଶ୍ରୀୟା ଚଣ୍ଡାଳୁଣୀ ll
ତଡ଼ି ଦେଲେ ଶ୍ରୀମନ୍ଦିରୁ ଗଲୁ ମା ବାହାରି l
ଲକ୍ଷ୍ମୀଛଡ଼ାପ୍ରଭୁ ହେଲେ ଦାଣ୍ଡର ଭିକାରୀ ll
ବାଇ ଠାକୁରାଣୀ ବୋଲି ବଳରାମ ଦାସ l
ସମଗରା ପାଟେ ଅଭିମାନେ କଲା ବାସ ll
ବାଇହୋଇ ତା ନିକଟ ଗଲୁ ଅନ୍ତଃକାଳେ l
ବାସଦେଲୁ ବୈକୁଣ୍ଠରେ ଶ୍ରୀହରିଙ୍କ ପୁରେ ll
ପତିପରେ ଅତିରୋଷେ ବାଇହୋଇ ଗଲୁ l
ହେରା ପଞ୍ଚମୀରେ କପିଧ୍ୱଜ ଭାଙ୍ଗିଦେଲୁ ll
ବାଇହୋଇ ଶ୍ରୀମନ୍ଦିରେ ତାଟି ଲଗାଇଲୁ l
ଜଗତନାଥ ପ୍ରଭୂଙ୍କୁ ରୌଦ୍ରେ ଛିଡ଼ା କଲୁ ll
ଲୀଳା କିବର୍ଣ୍ଣିବି ମାଆ ବାଇ ଠାକୁରାଣୀ l
ନମସ୍ତେ ନମସ୍ତେ ମାତ ସାଗର ଦୁଲଣୀ ll
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.