ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ୨୯ରେ ଜାତୀୟ ଖେଳ ଦିବସ ପାଇଁ ରାଜ୍ୟସ୍ତରିୟ ମିନିମାରାଥନ ଗଣଦୌଡ ।

ସୁବର୍ଣ୍ଣପୁର: ଆସନ୍ତା ଅଗଷ୍ଟ ୨୯ତାରିଖ ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ ।ଏଥିରେ ବିଭିନ୍ନ ଜିଲ୍ଲାରୁ ଖଳାଳୀମାନେ ସାମିଲ ହେବାକୁ ଥିବାବେଳେ ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ଏହି ମାରାଥନ ଦୌଡ ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡା ସଂଘ ଏହାର ଆୟୋଜନ କରୁଥିବା ବେଳେ ଆଜି ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଥିବା ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ମାରାଥନ ଦୌଡ ସଦର ବ୍ଲକ ଝିଙ୍କି ଛକ ଠାରୁ ଆରମ୍ଭ ହୋଇ ଗାନ୍ଧୀ ପଡିଆ ଠାରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ୫ କିମି ମାରାଥନ ଦୌଡରେ ଆଜି ପର୍ଯ୍ୟନ୍ତ ୧୦୪ ଜଣ ପ୍ରତିଯୋଗୀ ନିଜର ନାମ ପଂଜୀକୃତ କରିଥିବା ବେଳେ ସଂଘ ପକ୍ଷରୁ ୨୫୦ ଜଣ ପ୍ରତିଯୋଗୀ ସାମିଲ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି । ତେବେ ଏହି ମିନି ମାରାଥନ ଦୌଡରେ ସମସ୍ତେ ସାମିଲ ହୋଇ ଜାତୀୟ କ୍ରୀଡା ଦିବସକୁ ସଫଳ କରିବା ପାଇଁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଆହ୍ବାନ ଦେଇଛନ୍ତି ।

Comments are closed.