ନବରଙ୍ଗପୁର: ସ୍ଥାନୀୟ ଜିଲା ଅଦାଲତ ପରିସରରେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସମ୍ବିଧାନ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାବିଚାରପତି ସଂଜୀବ ଦୁବେଙ୍କ ନିର୍ଦେଶକ୍ରମେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ବିଚାରପତି(ପୋକ୍ସୋ) ପ୍ରଣତୀ ସାହା ଯୋଗଦେଇ ସମସ୍ତଙ୍କୁ ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ ଓ ଭାରତର ନାଗରିକଙ୍କ ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ। ଆଇନଜୀବୀମାନେ ଲୋକଙ୍କ ଅସୁବିଧାକୁ ନ୍ୟାୟପାଳିକାଙ୍କ ଦୃଷ୍ଟି ଆକର୍ଷଣ କରି ତାର ସମାଧାନ କରିବା ପାଇଁ ପ୍ରଣତୀ ସାହା ପରାମର୍ଶ ଦେଇଥିଲେ । ଲୋକଙ୍କର ସମସ୍ୟାର ସରଳ ସମାଧାନ ହୋଇପାରିଲେ ସମ୍ବିଧାନ ଦିବସ ପାଳନ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ବିଚାରପତି ଶିବ ପ୍ରସାଦ ମିଶ୍ର, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରି ବିନୋଦ ବିହାରୀ ସାହୁ, ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ, ବରିଷ୍ଠ ଦେବାନୀ ବିଚାରପତି ରାଜୀବ ଲୋଚନ ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା, ଆଇନଜୀବୀ ସଂଘର ସଭାପତି ନରସିଂହନାଥ ତ୍ରିପାଠୀ ଏବଂ ବହୁ ଆଇନଜୀବୀ ଯୋଗ ଦେଇଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଶିବିର ପରିଚାଳନା କରିଥିଲେ
Sign in
Sign in
Recover your password.
A password will be e-mailed to you.
Comments are closed.