କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ଥାନା ବିରାଶାଳ ପଞ୍ଚାୟତର କାଠପାଳ ସ୍ଥିତ ଫେକର ବେଦାନ୍ତ କମ୍ପାନୀ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଶତାଧିକ ଆଞ୍ଚଳିକ କ୍ରୋମାଇଟ ଖଣି କମିଟି ସଦସ୍ୟ। ସୂଚନା ମୁତାବକ, ଆଜକୁ ଦଶ ବର୍ଷ ତଳୁ ଏଠାରେ ଥିବା କ୍ରୋମାଇଟ ଖଣିଟି ବନ୍ଦ ରହିଛି। ଫଳରେ ଖଣି ଉପରେ ନିର୍ଭର କରୁଥିବା ଗ୍ରାମବାସୀମାନେ ନିଜର ରୋଜଗାର ହରାଇଛନ୍ତି। ଏଠିକାର ଅଧିବାସୀ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେବେ ଏ ନେଇ ଫାକର ଓ ବେଦାନ୍ତ ସହ ଅନେକ ଥର ବୈଠକ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ। ଯାହାକୁ ନେଇ ସୋମବାର ଆଞ୍ଚଳିକ କ୍ରୋମାଇଟ ଖଣି କମିଟି ପକ୍ଷରୁ କମିଟିର ଶତାଧିକ ସଦସ୍ୟ ହାଟ ପଡିଆରୁ ବିଶାଳ ରାଲିରେ ଆସି କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ନାରାବାଜି କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ, କଙ୍କଡ଼ାହାଡ଼ ଥାନାଅଧିକାରୀଙ୍କ ସମେତ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଖବର ପାଇ କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରି ଯଥା ସମ୍ଭବ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.