ଅତାବିରା : ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଅଧିନରେ ଥିବା ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଚୋରି ହେଉଥିବା ଘଟଣା ପ୍ରାୟ ସାମ୍ନାକୁ ଆସୁଛି। ଆଜି ଗୋଟିଏ ଦିନରେ ତିନି ତିନିଟି ସ୍କୁଲରୁ ଚୋରି ହେଇଥିବା ଜଣାପଡିଛି । ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ଭଏଁରୋ ପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଭୈରବୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୋଟିଏ ପରିସର ଭୁକ୍ତ ଥିବାରୁ ଉଭୟ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଗୋଟିଏ କୋଠରୀରେ ରଖାଯାଏ। ଗତ ରାତିରେ ପ୍ରବଳ ବର୍ଷାର ସୁଯୋଗ ପାଇ ଚୋର ମାନେ ବିଦ୍ୟାଳୟର ସମସ୍ତ କୋଠରୀ ମାନଙ୍କର ତାଲା ଭାଙ୍ଗି ଫିଙ୍ଗି ଦେଇ ପ୍ରାଥମିକ ବିଦ୍ୟାଳୟର ୪ ପକେଟ୍ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ୨ ପକେଟ୍ ଚାଉଳ ଚୋରି କରି ନେଇ ଯାଇଛନ୍ତି। ସେହିପରି ସୂର୍ଣ୍ଣା ପ୍ରାଥମିକ ବିଦ୍ୟାଳୟରୁ ମୋ ସ୍କୁଲ୍ ଅଭିଯାନରୁ ଲଗା ଯାଇଥିବା ଦୁଇଟି ନୂତନ ପଙ୍ଖା ଓ ୨୨୦୦ ଟଙ୍କା ଚୋରି ହୋଇଥିବା ଜଣା ପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Comments are closed.