ଜଣଙ୍କୁ ମିଳିଲା ଜାମିନ୍, ମୁକୁଳିଲେ ଅନ୍ୟ ଜଣେ

ଭୁବନେଶ୍ୱର : ଠକେଇ ଅଭିଯୋଗରେ ଜାମିନ ପାଇଥିବା ଜଣେ ଅଭିଯୁକ୍ତଙ୍କ ବଦଳରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ଜେଲ୍ କର୍ତ୍ତୃପକ୍ଷ। ପୁଣି ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀର ଝାରପଡ଼ା ସ୍ପେଶାଲ ଜେଲରେ ଘଟିଛି ଏଭଳି ସାଂଘାତିକ ତ୍ରୁଟି। ଘଟଣା ସାମ୍ନାକୁ ଆସିବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଡ଼ା ସୁରକ୍ଷା ବଳୟରେ ବହୁ ହାର୍ଡକୋର୍ ଅପରାଧୀ ଥିବା ଝାରପଡ଼ା ଜେଲରେ କିଭଳି ଘଟିଲା ଏତେ ବଡ଼ ତ୍ରୁଟି, ତାର ଝାନଭିନ୍ ଆରମ୍ଭ ହୋଇଛି।

ଏକ ଠକେଇ ମାମଲାରେ କିଛି ଦିନ ଧରି ଜେଲ୍‌ରେ ଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ହେଲେ ଜେଲ୍ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ଦେଖି ସେହିଦିନ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ରମେଶଙ୍କୁ ଛାଡ଼ିବା ବଦଳରେ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଛାଡ଼ି ଦେଇଥିଲେ।

Comments are closed.