ପୁରୀ : ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ। ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ମୃତ ବ୍ୟକ୍ତି ଜଣଙ୍କ ପ୍ରଫୁଲ୍ଲ ଚନ୍ଦ୍ର ସାହୁ। ସେ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ।ଆଜି ସକାଳେ ପ୍ରଫୁଲ୍ଲ ସ୍କୁଲରେ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ କରି ସେ ଘରକୁ ଯିବାକୁ ବାହାରିବା ବେଳେ ତଳେ ପଡ଼ିଯାଇଥିଲେ। ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି। ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ପରିବାର କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.