କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଡ଼.ଭବାନୀ ଶଙ୍କର ନିଆଲ

କଲାହାଣ୍ଡି : (ବିବି ନିୟୁଜ ବ୍ୟୁରୋ) ଭବାନୀପାଟଣା ଆଜି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ,୨୦୧୫-୧୬ ମସିହାରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଭବାନୀପାଟଣା ମୁଖ୍ୟ ରାସ୍ତାମାନଙ୍କରେ ଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହିକ୍ରମରେ ସରକାରୀ ମହାବିଦ୍ୟାଳୟର ପାଖାପାଖି ଜମିରେ ରହିଥିବା ୫୦୦/୬୦୦ ପରିବାରଙ୍କୁ ସ୍ଥାନାନ୍ତରିତ କରି ନିକଟସ୍ଥ କୁଶାଡ଼ଙ୍ଗରୀ ଓ ନୂଆପଡା କଲୋନୀପଡ଼ାରେ ସେ ସମସ୍ୟାର ପ୍ରଶାସନ ବ୍ୟବସ୍ଥାକରି ସବୁ ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ ହେଁ ଆଜିକୁ ୭ / ୮ ବର୍ଷ ହେବା ସତ୍ୱେ ସେଠାକାର ସମସ୍ୟା ତୈଥବତ ଅଛି । ସୂଚନା ଯୋଗ୍ୟ ଯେ, କୁଶାଡ଼ଙ୍ଗରିର ନିବାସୀ ଯଦିଓ ମୁନ୍ସିପାଲଟି ୨ ନମ୍ବର ୱାର୍ଡର ଭୋଟର ଅଟନ୍ତି, କୁଶାଡ଼ଙ୍ଗରିରେ ରହୁଥିବା କାରଣରୁ ଏହା ଶ୍ରୀପୁର ଏବଂ ମେଦିନୀପୁର ମୌଜାରେ ଆସୁଛନ୍ତି । ଏଣୁ ରେଭେନ୍ୟୁ ଦୃଷ୍ଟିକୋଣରୁ ନା ସେମାନେ ଶ୍ରୀପୁର ନିବାସୀ ନା ମୁନ୍ସିପାଲଟି ନିବାସୀ ।
ଏଣୁ ଉକ୍ତ ବିଷୟରେ ବିଚାର କରିବାପାଇଁ ପୌରାଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ଡ଼. ଭବାନୀ ଶଙ୍କର ନିଆଲ କହିଥିଲେ । ସୂଚନା ଯୋଗ୍ୟ ଯେ, ଏହାର ପ୍ରତିଲିପି ଜିଲ୍ଲାପାଳ କଲାହାଣ୍ଡି,ବିଡ଼ିଓ ଭବାନୀପାଟଣା, ଇ.ଓ ଭବାନୀପାଟଣା, ଉପ-ପୌରାଧ୍ୟକ୍ଷା ଏବଂ ସମସ୍ତ କାଉନସିଲର ଭବାନୀପାଟଣା ପୌରପାଳିକା, ସାଂସଦ କଳାହାଣ୍ଡି ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିବା କୁହାଯାଇଛି ।

Comments are closed.