କଳାହାଣ୍ଡି: ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଡ଼ି. ଜି.ସି.ଏ ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା’ସହ ବିମାନ ଚଳାଚଳ ପାଇଁ ଡ଼ି. ଜି.ସି.ଏଲାଇସେନ୍ସ ପ୍ରଦାନ କରିଛନ୍ତି। ଡ଼ି. ଜି.ସି.ଏ ର ଲାଇସେନ୍ସ ପରେ ଟୁଇଟ୍ କରି ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବଶୀଘ୍ର ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ଟୁଇଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୬୨ରେ ସ୍ଥାପିତ ହୋଇଥିଲା କେବିକେ ଜିଲ୍ଲାର ଏହି ସର୍ବ ପୁରାତନ ଉତ୍କେଲା ଏୟାରଷ୍ଟ୍ରିପ୍। କଳାହାଣ୍ଡି କେସିଙ୍ଗା ବ୍ଳକ ଅନ୍ତର୍ଗତ ଉତ୍କେଲାରେ ରହିଛି ଏହି ଏୟାରଷ୍ଟ୍ରିପ। ଏହାର ରନୱେ ସମ୍ପ୍ରସାରଣ ସହ ଟର୍ମିନାଲ୍ ବିଲଡିଂ, ଷ୍ଟାଫ୍ କ୍ବାଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଭିତ୍ତିଭୂମି କାମ ପ୍ରାୟ ସରିଯାଇଛି । ଏବେ କେବଳ ଅପେକ୍ଷା ବିମାନ ଉଡ଼ାଣକୁ।
Sign in
Sign in
Recover your password.
A password will be e-mailed to you.
Comments are closed.