ପରୁବାଇ କନ୍ୟାଶ୍ରମରେ ବ୍ୟାପିବାରେ ଲାଗିଲାନି ଜାପାନିଜ ଏନସେଫାଲାଇଟିସ,ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ ପ୍ରଶାସନ

ବାଲେଶ୍ୱର:ବାଲେଶ୍ୱର ସୋର ଠାରେ ଅଜ୍ଞାତ ମସ୍ତିଷ୍କ ରୋଗ ଏବେ ତାର କାୟା ମେଲାଇଲାଣି । ଧୀରେ ଧୀରେ କରି ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେବାରଲାଗିଲେଣି । ସୋରର ପରୁବାଇ କନ୍ୟାଶ୍ରମର ମଧ୍ୟ ବାଳିକା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କନ୍ୟାଶ୍ରମରେ ଆହୁରି ସାତ ଜଣ ବାଳିକା ଆକ୍ରାନ୍ତ ହେଇଛନ୍ତି । ସମସ୍ତଙ୍କୁ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସଂଖ୍ୟା ୧୭ରେ ପହଁଚିଛି । ତାଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଥିବା ସୂଚନା ଦିଆଯାଇଛି ।

ଯାହା ସୂଚନାମିଳୁଛି ସୋର ମେଡିକାଲ୍ ରେ ୧୪ ଜଣ ଅନ୍ତେବାସୀଙ୍କ ଚିକିତ୍ସା ଚାଲିଛି । ତେବେ କନ୍ୟାଶ୍ରମରେ ଜାପାନିଜ ଏନସେଫାଲାଇଟିସ ବ୍ୟାପୁଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗର ୨ଟି ଟିମ ବର୍ତ୍ତମାନ କନ୍ୟାଶ୍ରମରେ ଗସ୍ତରେ ଅଛନ୍ତି । ଏହାକୁ କିପରି ଆୟତରେ ରଖାଯାଇପାରିବ ଏହି ଦିଗରେ କାର୍ଯ୍ୟ କରାଯାଉଛି ।

ସଚନାମୁତାବକ ଏହା ହେଉଛି ଏକ ମସ୍ତିଷ୍କଜନିତ ରୋଗ ଯାହା ମଶା ଆଉ ଘୁଷୁରୀ ଠାରୁ ବ୍ୟାପିଥାଏ । ଏହାଦ୍ୱାର ଜର ହୋଇଥାଏ । ସ୍ଥାନୀୟ ଅଞ୍ଚଳରେ ଦୃଷ୍ଟି ଦେବାକୁ ଭେଟେରାନ ବିଭାଗକୁ କୁହାଯାଇଛି ।ଏହି ଘଟଣାରେ ନୀଳଗିରି ର ଜଣେ କନ୍ୟା ୧୭ ତାରିଖରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।ଆଜି ଜନସ୍ୱାସ୍ଥ୍ୟ ବିଭାଗ ସ୍ଥାନକୁ ଯାଇ ସ୍ଥିତି ପରୀକ୍ଷା କରିବେ । ଏହା ସହିତ ଏହି ରୋଗ ମୁଖ୍ୟତଃ ଘୁଷୁରୀ ଦ୍ୱାରା ବ୍ୟାପୁଥିବାରୁ ସେହି ସ୍ଥାନ ପାଖାପାଖି ଏହି ପଶୁ ଅଛନ୍ତି କି ନାହିଁ ତାହା ଚିହ୍ନିତ କରାଯିବ । ଯଦି ମିଳିଲା ତେବେ ଏହାକୁ କିପରି ରୋକା ଯିବ ତାହା ଉପରେ କାର୍ଯ୍ୟ କରାଯିବ ।

Comments are closed.