୧୨ ଘଣ୍ଟିଆ ପାଲଲହଡା ବନ୍ଦ ।

ଅନୁଗୁଳ : ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ । ପାଲଲହଡା ଓକିଲ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ଏହି ବନ୍ଦରେ ପାଲଲହଡା ସଚେତନ ନାଗରିକ ସଂଘ, ବଣିକ ସଂଘ,ପାଲଲହଡା ଏବଂ ଖମାର ସାମ୍ବାଦିକ ସଂଘ,ପାଲଲହଡା ବଣିକ ସଂଘ ଏବଂ ଆହୁରି ଅନେକ ସଂଗଠନ ସାମିଲ ଅଛନ୍ତି। ପାଲଲହଡାରେ ଦେୱାନି ଅଦାଲତ ପ୍ରତିଷ୍ଠା ଏବଂ ପାଲଲହଡା ଉପ କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି।

Comments are closed.