ବୋରିଗୁମ୍ମାରେ ଥମୁନି ଶିଶୁ ମୃତ୍ୟୁ, ୧୦ ଦିନ ମଧ୍ୟରେ ଗଲାଣି ୬ ଶିଶୁଙ୍କ ଜୀବନ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଥମୁନି ନବଜାତ ଶିଶୁ ମୃତ୍ୟୁ। ଦଶଦିନ ମଧ୍ୟରେ ୬ ଶିଶୁଙ୍କ ଜୀବନ ଯାଇଛି। ଆଜି ପୁଣି  ଏକ ଶିଶୁ ପୁତ୍ରର ମୃତ୍ୟୁ ଖରର ଆସିଛି। ଶିଶୁ ପୁତ୍ରଟିକୁ ମାତ୍ର ୧୪ ଦିନ ‌ହୋଇଥିଲା।

ବୋରିଗୁମ୍ମା ବ୍ଲକର ବଲିଗୁଡା ଗ୍ରାମରେ ଏକ ଶିଶୁ ପୁତ୍ରର ଜୀବନ ଯାଇଛି। ଗ୍ରାମର ଇନ୍ଦ୍ର ମୁଦୁଲିଙ୍କ ସ୍ତ୍ରୀ ରଇବାରି ମୁଦୁଲିଙ୍କ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗତ ୧ ତାରିଖ ଦିନ ବୋରିଗୁମ୍ମା ମେଡ଼ିକାଲରେ ରଇବାରି ମୁଦୁଲିଙ୍କର ଏକ ଶିଶୁ ପୁତ୍ର ଜନ୍ମ ନେଇଥିଲା। ଜନ୍ମ ବେଳେ ଶିଶୁପୁତ୍ରର ଓଜନ ୨କେଜି ୫୦୦ ଗ୍ରାମ ରହିଥିଲା।

୨ ତାରିଖ ଦିନ ମେଡ଼ିକାଲରୁ ରଇବାରି ମୁଦୁଲିଙ୍କୁ ଡିସଚାର୍ଜ କରାଯାଇଥିଲା। ଜନ୍ମିତ ଶିଶୁ ପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକଠାକ ଥିଲା। କିନ୍ତୁ ଗତକାଲି ରାତିରେ ହଠାତ୍‌ ଶିଶୁଟିର ସ୍ୱାସ୍ଥ୍ୟ ବସ୍ତା ବିଗିଡି ଯାଇଥିଲା। ଶିଶୁ ପୁତ୍ରଟି ମା କ୍ଷୀର ଖାଇନଥିଲା। ମେଡ଼ିକାଲକୁ ନେବାପାଇଁ ଘର ଲୋକେ ଗାଡି ଡାକିଥିଲେ। ହେଲେ ସେତିକି ବେଳେ ଆଖି ବୁଝିଥିଲା ଶିଶୁ ପୁତ୍ର। ମୃତ ଶିଶୁ ପୁତ୍ରର ଶବକୁ ନିଜ ହାତରେ ଘର ଅଗଣାରେ ତୋପି ଦେଲେ ମାଆ ଓ ବାପା। ଶିଶୁପୁତ୍ରକୁ ନିଜ ଘରକୁ ଆଣିବା ଦିନ ଠାରୁ ମେଡ଼ିକାଲ କର୍ମଚାରୀ କେହି ଆସିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Comments are closed.