ଜନ୍ମ ଦେବା ପରେ କୋଠା ଉପରୁ ନବଜାତକୁ ପିଙ୍ଗି ଦେଲା ନାବାଳିକା

ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୁରଟ ପୁଲିସ ମଙ୍ଗଳବାର ସୂଚନା ଦେଇ କହିଛି କି, ୧୫ବର୍ଷୀୟ ଜଣେ ନାବାଳିକା ନିକଟରେ ଏକ ଶିଶୁକୁ ଜନ୍ମ ଦେଇଥିଲା। ଏହାପରେ ତାକୁ  ସେ କୋଠା ଉପରୁ ଫିଙ୍ଗି ଦେଇଥିଲା। ଏହି ଘଟଣାରେ ନୀରିହ ନବଜାତର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ନବଜାତକୁ ହତ୍ୟା କରିଥିବା ଅଭିଯୋଗରେ ନାବାଳିକାକୁ ବିଚାରବାଭଗୀୟ ହେପାଜତକୁ ନିଆଯାଇଛି।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି, ନାବାଳିକା ଜଣକ ୨୦ବର୍ଷର ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିଥିଲେ। ପୁଲିସ ଏସପି ସାଗର ବାଗମାର କହିଛନ୍ତି, ‘ସୋମବାର ସକାଳେ ସ୍ଥାନୀୟଲୋକ ରାସ୍ତାରେ ଗୁରୁତର ଆହତ ହୋଇପଡ଼ିଥିବା ନବଜାତ ଶିଶୁକୁ ଦେଖିବାକୁ ପାଇଥିଲେ। ଏହାପରେ ଚିକିତ୍ସା ପାଇଁ ତାକୁ ହସ୍ପିଟାଲ ନେଇ ଯାଇଥିବା ବେଳେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ। ଯାଞ୍ଚରୁ ଜଣାପଡ଼ିଛି କି ନବଜାତକୁ ଏକ କୋଠାରୁ ନାବାଳିକା ଫିଙ୍ଗି ଦିଆଯାଇଥିଲା। ଏନେଇ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି।

ସ୍ଥାନୀୟଲୋକଙ୍କୁ ପଚରାଉଚରା ପରେ ପୁଲିସ ଉକ୍ତ ବାଳିକାର ସୂଚନା ପାଇ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରୁ ପୁଲିସ ନାବାଳିକାଙ୍କୁ ଧରିଥିଲା ଆଉ ପଚରାଉଚରା କରିଥିଲା। ପୁଲିସ ସମ୍ମୁଖରେ ନାବାଳିକା ଜଣକ ନିଜ ଦୋଷକୁ ସ୍ବୀକାର ବି କରିଥିଲା।

ଏହି ଘଟଣାରେ ନାବାଳିକା ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୧୫ରେ ମାମଲା ରୁଜୁ କରାଯାଇଛି। ଏଥିସହିତ ନାବାଳିକାକୁ ଅନ୍ତସତ୍ତ୍ବା କରିଥିବା ୨୦ବର୍ଷୀୟ ଯୁବକଙ୍କୁ ଧରିବା ପାଇଁ ଯାଞ୍ଚ ଚାଲିଛି।

Comments are closed.