ବରିଷ୍ଠ ହାସ୍ୟ ଅଭିନେତା ତଥା ଅନେକ ଅନୁଷ୍ଠାନର ଉଦ୍ୟୋକ୍ତା ଯୁଧିଷ୍ଠିର ମେହେର ଆଉନାହାନ୍ତି ା

ସୁବର୍ଣ୍ଣପୁର – ସୋନପୁର ଘୋଡ଼ାଘାଟ ପଡା ନିବାସୀ ତଥା ସରକାରୀ ବାଳିକା ହାଇସ୍କୁଲ ର ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୁଧିଷ୍ଠିର ମେହେର ଙ୍କ ୮୫ ବର୍ଷ ବୟସରେ ପରଲୋକ ଘଟିଛି l ଚାକିରୀ ଜୀବନ ଆରମ୍ଭ ରୁ ଶେଷ ଯାଏ ବାଳିକା ସ୍କୁଲ ର ପିଅନ ଭାବେ ଖୁବ ନିଷ୍ଠା ଶୃଙ୍ଖଳା ର ସହ କାର୍ଯ୍ୟ କରି ସ୍କୁଲ ର ବାଳିକା ଓ ଶିକ୍ଷୟିତ୍ରୀ ମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଉତ୍ସର୍ଗୀକୃତ ସେବା ଦେଇ ସ୍କୁଲ ଓ ସହର ରେ ଲୋକ ଙ୍କ, ଅଭିଭାବକ ଙ୍କ ଖୁବ ପ୍ରିୟ ଭାଜନ ହୋଇ ପାରିଥିଲେ l ଘୋଡ଼ାଘାଟ ପଡା ଗଜ ଲଷ୍ମୀ ପୂଜା ର ପ୍ରତିଷ୍ଠାତା ସଭ୍ୟ ଭାବେ ମନ ପ୍ରାଣ ଦେଇ କାର୍ଯ୍ୟ କରିଥିବା ସହ ରାମଲୀଳା ନାଟକ ରେ ମଧ୍ୟ ଦୀର୍ଘ ବର୍ଷ ଧରି ବିଭିନ୍ନ ଭୂମିକା ରେ ଅଭିନୟ କରି ହଜାର ଦର୍ଶକ ଙ୍କ ମନ ଜିଣିଥିଲେ ସେ l ମଝିପଡା କାଳୀପୂଜା ଓ ନାମ ଯଜ୍ଞ ଆରମ୍ଭ ରୁ ସେ ନିଜର ଲାଇଟ ଟେଣ୍ଡ ସବୁ ଅନେକ ବର୍ଷ ମାଗଣା ରେ ଯୋଗାଇବl ସହିତ ପ୍ରତିଷ୍ଠାତା ସଭ୍ୟ ଭାବେ ସମସ୍ତ ସହଯୋଗ କରି କମିଟି ମୂଳ ଦୁଆ କୁ ମଜଭୁତ କରିବl ରେଉଦ୍ୟମ କରିଥିଲେ ସ୍ବର୍ଗତ ମେହେର l ଗତ କାଲି ଏ ସମସ୍ତ ପୂଜା କମିଟି ସଦସ୍ୟ ସମେତ ସହର ର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବହୁ ବିଶିଷ୍ଟ ବ୍ୟକ୍ତି , ସଂଗଠନ, ସ୍କୁଲ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରି , ପୁରାତନ ଛାତ୍ରୀ ଶ୍ରୀ ମେହେର ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶ୍ରୀ ଗୋକୋନେଶ୍ୱର ସ୍ମଶାନ ଘାଟ ରେ ଶ୍ରୀ ମେହେର ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ରାମ ମେହେର ମୁଖାଗ୍ନି ଦେଇଥିଲେ l ଖୁବ ସାଧାରଣ ଜୀବନ ଯାପନ କରୁଥିବା ଧର୍ମ ପରାୟଣ, ସଚ୍ଚୋଟ, କର୍ମଠ, ବ୍ୟକ୍ତି ଶ୍ରୀ ମେହେର ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବେ ବୋଲି ରାମଧୁନ କ୍ଲବ ର ବରିଷ୍ଠ ସଦସ୍ୟ ନରେନ୍ଦ୍ର ସାହୁ, ମନବୋଧ ଭୋଇ, ଓ ରାମଲୀଳା କମିଟି ର ଉଦ୍ୟୋକ୍ତା ଶ୍ରୀବତ୍ସ ମଲ୍ଲିକ ମତ ରଖିଛନ୍ତି l

Comments are closed.