ଚଳିତ ଖରିଫ ଧାନକ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଧାନକ୍ରୟ ୨୦୨୨-୨୩ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି l ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ବ୍ଲକ ରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱଣେ ପରାମର୍ଶ ଦେଇଛନ୍ତି l ଗତ ତା.୦୭/୧୧/୨୦୨୨ ରେ ଏ ସମ୍ପର୍କିତ ଏକ ବୈଠକ ରେ ଜିଲ୍ଲାପାଳ ପ୍ରତ୍ୟେକ ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ସଭ୍ୟ / ସଭ୍ୟା ମାନଙ୍କୁ ଧାନ ର ମାନ, ସହାୟକ ମୂଲ୍ୟ ଓ କମିଟିର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାକୁ ପ୍ରତ୍ୟେକ ବ୍ଲକ ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଖରିଫ ଧାନ କ୍ରୟ ୨୦୨୨-୨୩ ଆରମ୍ଭ ହେବା ପୂର୍ବରୁ ଆସନ୍ତା ୩୦/୧୧/୨୨ ସୁଦ୍ଧା ସମସ୍ତ ରାଇସ ମିଲ ଚାଉଳ ଦେୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେବା ସହ ମିଲ ଗୁଡିକୁ ପରିଦର୍ଶନ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ସଂପ୍ରତି ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକର ବୈଠକ ଆହୁତ ହୋଇ ସଭ୍ୟ / ସଭ୍ୟା ମାନଙ୍କୁ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଯାଉଛି l ଏହି କ୍ରମରେ ଜିଲ୍ଲାପାଳ ନିଜେ ହିଲୁଙ୍ଗ ଓ ଉଫୁଲା ସୋସାଇଟି ପରିଦର୍ଶନ କରି ଏ ବିଷୟରେ ଆଲୋଚନା କରିଥିଲେ l ଖରିଫ ଧାନ କ୍ରୟ ୨୦୨୨-୨୩ ବର୍ଷ ରେ ଭାଗ ନେବା ପାଇଁ ପ୍ରତ୍ୟେକ ମିଲର ୩୦/୧୧/୨୨ ତାରିଖ ସୁଦ୍ଧା ପୂର୍ବ ବର୍ଷ ର ସମସ୍ତ ଚାଉଳ ପ୍ରଦାନ କରିବା ବିଧେୟ ଅଟେ l ଏଣୁ ଏ ସମ୍ବନ୍ଧରେ ତତ୍ପର ହେବା ପାଇଁ ଜିଲ୍ଲାପାଳ ସମସ୍ତ ସରକାରୀ ଅଧିକାରୀ, ମିଲର ଓ ଉଚ୍ଚ ସ୍ତରୀୟ ଜିଲ୍ଲା ଅଧିକାରୀ ମାନଙ୍କୁ କଡା ନିର୍ଦ୍ଧେଶ ଦେଇଛନ୍ତି l

Comments are closed.