ୱାସିଂଟନ୍: ଶନିବାର ଦିନ ହ୍ବାଇଟ୍ ହାଉସ୍ର ଦକ୍ଷିଣ ଲନ୍ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନାତୁଣୀ ନେଓମି ବାଇଡେନ୍ ୟୁନିଭର୍ସିଟି ଅଫ୍ ପେନ୍ସିଲ୍ଭେନିଆର ଆଇନ ସ୍ନାତକ ପିଟର୍ ନିଲ୍ଙ୍କୁ ବିବାହ କରିବେ।
ରାଷ୍ଟ୍ରପତି ଥିବା ଅବସ୍ଥାରେ ହ୍ବାଇଟ୍ ହାଉସ୍ରେ ନାତୁଣୀ ବାହାଘର କରାଇବାରେ ଏହା ହେଉଛି ପ୍ରଥମ ଘଟଣା। ହ୍ବାଇଟ୍ ହାଉସ୍ରେ ଏହା ହେବ ୧୦ମ ପଞ୍ଜିକୃତ ବିବାହ। ଏହା ପୂର୍ବରୁ ହ୍ବାଇଟ୍ ହାଉସ୍ରେ ୧୮ଟି ବାହାଘର ସମ୍ପନ୍ନ ହୋଇଛି। ସେଥିରୁ ଅଧିକାଂଶ ହେଉଛି ରାଷ୍ଟ୍ରପତିମାନଙ୍କର ଝିଅ ବାହାଘର।
‘ହ୍ବାଇଟ୍ ହାଉସ୍ ହିଷ୍ଟୋରିକାଲ୍ ଆସୋସିଏସନ୍’ କହିବା ଅନୁସାରେ, ଦକ୍ଷିଣ ଲନ୍ରେ ଜଣେ ରାଷ୍ଟ୍ରପତିଙ୍କ ନାତୁଣୀ କନ୍ୟା ହୋଇ ବାହା ହେବାରେ ଏହା ହେବ ପ୍ରଥମ ବିବାହ ଉତ୍ସବ।
ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍ ବାଇଡେନ୍ଙ୍କ ଝିଅ ୨୮ ବର୍ଷୀୟ ନେଓମି ଏବଂ ୨୫ ବର୍ଷିୟ ନିଲ୍ ୪ ବର୍ଷ ହେବ ଏକତ୍ର ବାସ କରିଆସୁଛନ୍ତି। ନେଓମି ଓକିଲାତି କରୁଥିବା ବେଳେ ନିଲ୍ ଅଳ୍ପ ଦିନ ତଳେ ୟୁନିଭର୍ସିଟି ଅଫ୍ ପେନ୍ସିଲ୍ଭେନିଆ ଲ’ ସ୍କୁଲ୍ରୁ ସ୍ନାତକ କରିଛନ୍ତି। ଉଭୟ ୱାସିଂଟନ୍ରେ ବାସ କରନ୍ତି।
ଫାଷ୍ଟ୍ଲେଡି ଜିଲ୍ ବାଇଡେନ୍ ମଧ୍ୟ ନାତୁଣୀଙ୍କ ବାହାଘର ଦେଖିବାକୁ ଆଗ୍ରହର ସହ ଚାହିଁ ରହିଥିବା କଥା କହିଛନ୍ତି।
ହ୍ବାଇଟ୍ ହାଉସ୍ରେ ଥିବା ୧୮ଟି ଡକ୍ୟୁମେଣ୍ଟ୍ରୁ ୯ଟି ହେଉଛି ରାଷ୍ଟ୍ରପତିଙ୍କ ଝିଅମାନଙ୍କ ବାହାଘରର। ସେଥିରୁ ୧୯୭୧ରେ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ଙ୍କ ଝିଅ ଟ୍ରାଇସିଆଙ୍କର ଏବଂ ୧୯୬୭ରେ ଲିଣ୍ଡନ୍ ବି. ଜନ୍ସନ୍ଙ୍କ ଝିଅ ଲିଣ୍ଡାଙ୍କ ବାହାଘର।
ଏହାଛଡ଼ା, ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତିମାନଙ୍କର ଝିଆରୀ, ନାତୁଣୀଝିଆରୀ, ଜଣେ ପୁଅ ଏବଂ ଫାଷ୍ଟ୍ଲେଡିମାନଙ୍କର ଭାଇଭଉଣୀଙ୍କ ମଧ୍ୟ ବାହାଘର ହୋଇଛି। ଗ୍ରୋଭର୍ କ୍ଲିଭ୍ଲାଣ୍ଡ୍ ନାମରେ ଜଣେ ରାଷ୍ଟ୍ରପତିଙ୍କ ବିବାହା ମଧ୍ୟ ଏଠାରେ ବିବାହ କରିଥିଲେ।
Comments are closed.