ଦଶରଥପୁରରେ ବନ୍ୟା

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ସଂଗ୍ରାମ କେଶରୀ ପାତ୍ରଙ୍କ ଦ୍ୱାରା ରିଲିଫ ବଣ୍ଟନ

ଚଳିତ ବନ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତିନୋଟି ପଞ୍ଚାୟତ ଗଭୀର ଭାବରେ ପ୍ରଭାବିତ ହୋଇଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଂଯୋଜକ ସଂଗ୍ରାମ କେଶରୀ ପାତ୍ର କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରି ଥିଲେ । ଶ୍ରୀ ପାତ୍ର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କଣ୍ଟାପଡା, କସପା , ଦୁଦୁରାଅଣ୍ଟା , ମଲ୍ଲିକପୁର ଅଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ , ଗୋଖାଦ୍ୟ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀକାନ୍ତ ସାହୁ , ରଞ୍ଜିତ ଦାସ ,ଅମିତ ମହାପାତ୍ର ,ପ୍ରଶାନ୍ତ ସାହୁ ବାମଦେବ ରଥ , ଦୀପକ ବେହେରା , ରାହୁଲ ବେହେରା ,ଉମେଶ ମଲ୍ଲିକ ପ୍ରମୁଖ ରଲୀଫ ବଣ୍ଟନରେ ସାହାଯ୍ୟ କରିଥିଲେ । ପରେ ଏକ ପ୍ରେସ ବାର୍ତ୍ତାରେ ଶ୍ରୀ ପାତ୍ର କଣ୍ଟାପଡା ଓ ବ୍ରହ୍ମଚାରୀପାଟଣା ଠାରେ ସୃଷ୍ଟି ହୋଇଥିବା ମନୁଷ୍ୟକୃତ ବୋଲି ଅଭିଯୋଗ କରିବା ସହ ବିପନ୍ନ ମାନଙ୍କ ପାଖରେ ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଥିବାରୁ ପ୍ରଶାସନ ଓ ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ ।

Comments are closed.