ଶାହାରୁଖଙ୍କ ଗୋଟିଏ ସଂଳାପ ହେତୁ କୋଟିକୋଟି ଟଙ୍କାର ଡିଲ ଫାଇନାଲ ହୋଇଥିଲା ବୋଲି କହିଲେ ଶିଳ୍ପପତି

ନୂଆଦିଲ୍ଲୀ: କୌଣସି ଜିନିଷକୁ ଯଦି ପୂରା ମନରୁ ପାଇବାକୁ ଚେଷ୍ଟା କରାଯାଏ, ତେବେ ତାହାକୁ ତୁମ ନିକଟରେ ପହଞ୍ଚାଇବାକୁ ପୃଥିବୀ ଚେଷ୍ଟା କରିଥାଏ। ଶାହାରୁଖ ଖାନଙ୍କ ୨୦୧୭ରେ ଆସିଥିବା ସିନେମା ‘ଓମ ଶାନ୍ତି ଓମ’ର ସଂଳାପ ଖବୁ ଚର୍ଚ୍ଚାରେ ଥିଲା। ଶାହାରୁଖ ଖାନ ଆଜି ୫୭ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ‘ ଓମ ଶାନ୍ତି ଓମ’ ସିନେମାର ସଂଳାପକୁ ମନେ ପକାଇଛନ୍ତି ଶିଳ୍ପପତି ଅନିଲ ଅଗ୍ରୱାଲ। କାରଣ ସେ ଶାହାରୁଖଙ୍କ ଏହି ସଂଳାପରେ ପ୍ରେରିତ ହୋଇ ଏକ ବଡ଼ ଡିଲ ଫାଇନାଲ କରିଥିଲେ।

ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ଟୁଇଟର ଆଦି ଭଳି ପ୍ଲାଟଫର୍ମରେ ନିଜର ପ୍ରେରଣାଦାୟକ ପୋଷ୍ଟ ସେୟାର କରିଥାଆନ୍ତି।

ବୁଧବାର ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ସେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଏଥିରେ ଅନିଲ ଅଗ୍ରୱାଲ ଓ ଶାହାରୁଖ ଖାନ ଏକାଠି ନଜର ଆସୁଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ‘କୌଣସି ଜିନିଷକୁ ଯଦି ପୂରା ମନରୁ ପାଇବାକୁ ଚେଷ୍ଟା କରାଯାଏ, ତେବେ ତାହାକୁ ତୁମ ନିକଟରେ ପହଞ୍ଚାଇବାକୁ ପୃଥିବୀ ଚେଷ୍ଟା କରିଥାଏ। ଯେଉଁଦିନ ମୁଁ ‘ଓମ ଶାନ୍ତି ଓମ’ ସିନେମା ଦେଖିଥିଲି ସେ ଦିନ ମୋର କେୟର୍ନ ଡିଲ ଫାଇନାଲ ହୋଇଥିଲା।’

Comments are closed.