ଚୋରୀ ମାମଲାରେ ଏମବିଏ ଛାତ୍ରୀ ଗିରଫ

ଭୁବନେଶ୍ବର: ରାଜଧାନୀରେ ଜଣେ ଏମବିଏ ପଢୁଥିବା ଛାତ୍ରୀ ଚୋରୀ ଭୁବ​‌େ​‌ଅଭିଯୋଗରେ ଗିରଫ ହୋଇଛନ୍ତି। ରହୁଥିବା ହଷ୍ଟେଲରୁ ମୋବାଇଲ ଓ ଲାପଟପ ଚୋରୀ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ହଷ୍ଟେଲରୁ ମୋବାଇଲ ଓ ଲାପଟପ ଚୋରୀ କରିବା ପରେ ଛାତ୍ରୀ ଜଣଙ୍କ ସହଯୋଗୀଙ୍କ ଜରିଆରେ ଚୋରୀ ସାମଗ୍ରୀ କଲକାତା ଓ ବାଂଲାଦେଶ ପଠାଉଥିଲେ। ଅଭିଯୁକ୍ତ ଛାତ୍ରୀକୁ ଗିରଫ କରି ଇନଫୋସିଟି ପୁଲିସ ପଚରାଉଚୁରା କରୁଛି।
ଗିରଫ ହୋଇଥିବା ଅଭିଯୁକ୍ତ ଛାତ୍ରୀ ରାଜଧାନୀର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷରେ ପଢୁଥିବା ସୂଚନା ମିଳୁଛି। ଛାତ୍ରୀଙ୍କଠାରୁ ୪ଟି ମୋବାଇଲ ଓ ୩ଟି ଲାପଟପ ପୁଲିସ ଜବତ କରିଛି।
ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ଏହି ଛାତ୍ରୀ ହଷ୍ଟେଲ୍‌ରେ ରହୁଥିଲା। ସେଠାରେ ରହୁଥିବା ସାଙ୍ଗଙ୍କ ରୁମ୍‌ରେ ପଶି ଲାପ୍‌ଟପ୍‌ ଓ ମୋବାଇଲ୍‌ ଚୋରି କରୁଥିଲା। ଆଉ ଚୋରି ସାମଗ୍ରୀକୁ କଲକାତା ଓ ବାଂଲାଦେଶ ଚାଲାଣ କରୁଥିଲା। ଇନ୍‌ଫୋସିଟି ଥାନା ପୁଲିସ୍‌ ଏହି ଛାତ୍ରୀ ଓ ତା’ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.