ଓଡ଼ଗାଁ୧୧/୧୦(ନି.ପ୍ର)- ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ କୁରାଳ କ୍ଲଷ୍ଟର ଦଣ୍ଡୋର ଉ.ପ୍ରା ବିଦ୍ୟାଳୟ ପରିସରରେ ବାଳିକାମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ପ୍ରଧାନଶିକ୍ଷୟିତ୍ରୀ ଲୋଟସ୍ ବାଳିକାମାନଙ୍କୁ ନାରୀ ସଶକ୍ତିକରଣ ସମ୍ପର୍କରେ ଅବଗତ କରାଇବା ସହ ଶିକ୍ଷୟିତ୍ରୀ ଜାନକୀ ପଣ୍ଡା, ସୁଶାନ୍ତି ପଣ୍ଡା, ଝିଲିବାଳା ଦାସ ପ୍ରମୁଖ ସମାଜରେ ବାଳିକାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ।ଶିକ୍ଷକ ପବିତ୍ର ମୋହନ ସାହୁ,ବୁଦ୍ଧିଆ ପାତ୍ର ଓ ଯଶୋବନ୍ତ ପଟ୍ଟନାୟକ କନ୍ୟା ଯତ୍ନ, ବାଳିକାମାନଙ୍କ ସୁରକ୍ଷା,ଆତ୍ମରକ୍ଷା କୌଶଳ,ସମାଜରେ ନାରୀ ପୁରୁଷ ସଂଖ୍ୟାର ଅସନ୍ତୁଳନତା କ୍ଷେତ୍ରରେ ପିତାମାତାଙ୍କ ଭୂମିକା ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ସଭାରେ ଛାତ୍ରୀ ସୁଚିତ୍ରା ପ୍ରିୟଦର୍ଶିନୀ ପରିଡ଼ା, ସପନା ବିଶୋୟୀ ଓ ଶୁଭ୍ରାବିନ୍ଦୁ ଚଣ୍ଡ ବାଳିକା ସଶକ୍ତିକରଣ ସମ୍ବନ୍ଧରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।ସର୍ବଶେଷରେ ଶିକ୍ଷକ ଜିତେନ୍ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିବା ପରେ ବିଦ୍ୟାଳୟର ବାଳିକାମାନଙ୍କୁ ପ୍ରୋଜେକ୍ଟର୍ ଶୋ ମାଧ୍ୟମରେ ଉକ୍ତ ଦିବସ ସମ୍ପର୍କିତ ଏକ ଶିକ୍ଷଣୀୟ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.